ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା ।

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଭସାଣ ପାଇଁ ସବୁଠି ଉତ୍ସାହ । ମା’ଙ୍କ ଭସାଣ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ଡିଜେ ବାଜୁଛି ଆଉ ଡିଜେର ତାଳେ ତାଳେ ଝୁମୁଛନ୍ତି ଯୁବଗୋଷ୍ଠୀ, ମେଢ଼ ଦେଖିବାକୁ ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ନୃତ୍ୟ ଓ ବାଦ୍ୟ ସହ ଆଧୁନିକ ବାଦ୍ୟ ବାଜୁଛି ।ବଭିନ୍ନ ବାଦ୍ୟଧ୍ବନିରେ କମ୍ପୁଛି ଗାଁ ଠାରୁ ସହର। ରାଜଧାନୀରେ ମା’ଙ୍କ ଭସାଣ ଯାତ୍ରା ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ବିଳମ୍ବିତ ରାତି ଯାଏଁ ଚାଲିବ। ଶେଷରେ ନଦୀରେ କରାଯାଇଥିବା କୃତ୍ରିମ ପୋଖରୀରେ ମା’ଙ୍କ ବିସର୍ଜନ ହେବ। କୁଆଖାଇ ଓ ଦୟାନଦୀରେ ମା’ଙ୍କ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି। ବିସର୍ଜନ ପୂର୍ବରୁ ଲୋକଙ୍କର ଯିବା ଆସିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି।

ଭୁବନେଶ୍ବର ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି। ତେଣୁ ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବା ଆସିବା କରୁଛି। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯାଉଛି। ସବୁଠି ଲୋକ ଗହଳି, ଦୁଃଖ-ଖୁସି ଭିତରେ ମାଆଙ୍କୁ ବିଦାୟ ଦେଉଛନ୍ତି ଭକ୍ତ ।

Related Articles

Back to top button