ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ସତର୍କ ସୂଚନା

ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଅକ୍ଟୋବର ୧୬ ତାରିଖ ପାଇଁ ୮ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୧୫ ଏବଂ ୧୭ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ଆଜି ଗୋଟାଏ ସୁଦ୍ଧା କେତେକ ସ୍ଥାନରେ ଘଡ଼ଘଡ଼ ଏବଂ ବଜ୍ରପାତ ନେଇ ମଧ୍ୟ ସତର୍କ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ପ୍ରବଳ ବର୍ଷାକୁ ଦେଖି ବିଦ୍ୟାଳୟଗୁଡ଼ିକୁ ସରକାର ଛୁଟି ଘୋଷଣା କରିଥିବାବେଳେ ଆଇଟି କମ୍ପାନୀର କର୍ମଚାରୀଙ୍କୁ ୧୮ ତାରିଖ ଯାଏଁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ପରାମର୍ଶ ଦେଇଛନ୍ତି ।

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଧିରେ ଧିରେ ଘନୀଭୂତ ହୋଇ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଧିରେ ଧିରେ ଉତ୍ତର ତାମିଲନାଡୁକୁ ଅଗ୍ରସର ହେଉଛି । ଏହା ପଣ୍ଡିଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଦେଇ ଅତିକ୍ରମ କରିବା । ଲଘୁଚାପ ପ୍ରଭାବରେ ତାମିଲନାଡୁରେ ଭୀଷଣ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ଜଳ ବନ୍ଦୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ଜଟିଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ତାମିଲନାଡୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟବ୍ୟାପୀ ୧୦୦୦ ଅସ୍ଥାୟୀ ଶିବିର ତିଆରି କରାଯାଇଛି । ଏହା ସହିତ ୧୩ଟି ଏନଡିଆରଏଫ ଟିମ ମୁତୟନ କରାଯାଇଛି । ମନ୍ତ୍ରୀ ଏବଂ ସଚିବମାନେ ଘନ ଘନ ବୈଠକ କରି ସ୍ଥିତି ଉପରେ ନଜର ରଖିଛନ୍ତି । ଅନ୍ୟପକ୍ଷରେ ବିଗୁଡୁଥିବା ପାଣିପାଗକୁ ଦେଖି ୮ଟି ବିମାନକୁ ବାତିଲ କରାଯାଇଛି । ବେଙ୍ଗାଲୁରୁ ରୁ ଚେନ୍ନାଇକୁ ଯିବାକୁ ଥିବା ଆକାଶ ଏୟାର, ଆଣ୍ଡାମାନରୁ ଚେନ୍ନାଇ ଆସୁଥିବା ଆକାଶ ଏୟାର, ନୂଆ ଦିଲ୍ଲୀରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋ ବିମାନ ଏବଂ ମସ୍କଟରୁ ଚେନ୍ନାଇ ଆସୁଥିବା ଓମାନ ଏୟାର ପ୍ଲାଇଟକୁ ବାତିଲ କରାଯାଇଛି । ସେହିପରି ଚେନ୍ନାଇରୁ ଯାତ୍ରା ଆରମ୍ଭ କରିବାକୁ ଥିବା ୪ଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି । ଚେନ୍ନାଇରୁ ବେଙ୍ଗାଲୁରୁ ଯିବାକୁ ଥିବା ଆକାଶ ଏୟାର, ଆଣ୍ଡାମାନ ଯିବାକୁ ଥିବା ଆକାଶ ଏୟାର, ନୂଆ ଦିଲ୍ଲୀକୁ ଯିବାକୁ ଥିବା ଇଣ୍ଡିଗୋ ବିମାନ ଏବଂ ମସ୍କଟକୁ ଯିବାକୁ ଥିବା ଓମାନ ଏୟାର ପ୍ଲାଇଟକୁ ବାତିଲ କରାଯାଇଛି ।

Related Articles

Back to top button