ଖୋଜୁଥିଲେ ଗଞ୍ଜେଇ, ମିଳିଲା ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା

କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ବିପୁଳ ପରିମାଣର ରୂପା। ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଜବତ ରୁପାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବା ଅନୁମାନ କରାଯାଉଛି ।ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ କାର୍‌ ଅଟକାଇ ଥିଲା। ହେଲେ ସେହି କାର୍‌ର ସିକ୍ରେଟ୍‌ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର। ଏପରି ଚିତ୍ର ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ’ରେ ଦେଖିବାକୁ ମିଳିଛି। ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡକୁ ଯାଉଥିବା ଜଣାପଡ଼ିଛି

ସୂଚନା ଅନୁସାରେ ରେଙ୍ଗାଲି ଝୁରିପଡା ନିକଟରେ ଚୋରା ଗଞ୍ଜେଇ ଧରିବା ପାଇଁ ଅବକାରୀ ବିଭାଗ ଜଗି ରହିଥିଲା । ଏହି ସମୟରେ MH14H1693 ନମ୍ବର ବିଶିଷ୍ଟ ଏକ କାର ଯାଉଥିବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡି ଯାଂଚ କରିଥିଲା । ଫଳରେ ସିକ୍ରେଟ ଚାମ୍ବରରୁ ରୂପାର ପାଇଁଜି, ଝୁମକା, ରୂପାର ମୂର୍ତ୍ତି, ରୂପାର ଗ୍ଲାସ ବିପୁଳ ପରିମାଣର ଜବତ ହୋଇଛି । ଜବତ ରୂପାକୁ ଜିଏସଟି ବିଭାଗ ଜବତ କରି ନିଜ ଅଫିସକୁ ଆଣି ଓଜନ କରିବା ପରେ ତାହା ୧କ୍ବିଣ୍ଟାଲ ୬୫ କେଜି ବାହାରିଥିଲା । ଏହି ଘଟଣାରେ ଗୋଟିଏ କାର୍, ୩ଜଣ ଚାଲାଣକାରୀକୁ ଜିଏସଟି ବିଭାଗ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ଏହି ଜବତ ରୂପା ସବୁ ମହାରାଷ୍ଟ୍ରରୁ ରାଂଚି ଚୋରାଚାଳାଣ ହେଉଥିଲା ବୋଲି ଜଣାପଡିଛି। ଓଜନ ପରେ ଏହାକୁ ସମ୍ବଲପୁର ଟ୍ରେଜେରୀରେ ଜମା ଦିଆଯିବ ବୋଲି କହିଛନ୍ତି ସିଟି ଜିଏସଟି ଡେପୁଟି କମିଶନର ଟେକଚାନ୍ଦ ମେହେର।

Related Articles

Back to top button