ପୁଟିନ କରିଛନ୍ତି ନିମନ୍ତ୍ରଣ : ଋଷ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୁଣିଥରେ ଋଷ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୨-୨୩ ରେ ରୁଷ ଗସ୍ତ କରିବେ । ଆପଣଙ୍କୁ କହିରଖୁଛୁ ଯେ, ଏଥର ଋଷର କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ପୂର୍ବରୁ ଜୁଲାଇ ମାସରେ ମଧ୍ୟ ଋଷ ଗସ୍ତ କରିଥିଲେ ପିଏମ ମୋଦୀ । ଜୁଲାଇ ୮ ରେ ମୋଦୀ ଋଷ ଗସ୍ତ କରିଥିଲେ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ସେ ୨୨ ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ଆୟୋଜନ କରିବାକୁ ଋଷରେ ପହଞ୍ଚିଥିଲେ। ଏହି ସମୟରେ ପିଏମ ମୋଦୀ ପୁଟିନଙ୍କ ସହ ବାଣିଜ୍ୟ ଏବଂ ପ୍ରତିରକ୍ଷା କାରବାର ସମେତ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ମୋଦୀଙ୍କ ଗସ୍ତ ସମୟରେ ଋଷର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା କରାଯାଇଥଲା

Related Articles

Back to top button