ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦର ଜୈନଙ୍କୁ ଜାମିନ ମିଳିଛି

ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦର ଜୈନଙ୍କୁ ଜାମିନ ମିଳିଛି। ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଥିବା ଜୈନଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଶୁକ୍ରବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହା ସହିତ କୋର୍ଟ ତାଙ୍କ ବିଦେଶ ଗସ୍ତ ଉପରେ ରୋକ୍‌ ଲଗାଇଛନ୍ତି।୨୦୨୨ ମେ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ସତ୍ୟେନ୍ଦରଙ୍କୁ ଗିରଫ କରିଥିଲା। ସତ୍ୟେନ୍ଦର ମିଥ୍ୟା କମ୍ପାନୀ ଖୋଲି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସତ୍ୟେନ୍ଦର ଏହାକୁ ଖଣ୍ଡନ କରିଥିଲେ। ରାଜନୈତିକ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଥିବା ସେ କହିଥିଲେ।

Related Articles

Back to top button