ଜଗି ବାସୁଦେବଙ୍କ ଈଶା ଫାଉଣ୍ଡେସନକୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଶୁକ୍ରବାର ଜଗି ବାସୁଦେବଙ୍କ ଈଶା ଫାଉଣ୍ଡେସନକୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଫାଉଣ୍ଡେସନ ବିରୋଧରେ ରୁଜୁ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଜଣେ ପିତା ଅଭିଯୋଗ କରିଥିଲେ ଯେ, ତାଙ୍କର ଦୁଇ ଝିଅଙ୍କ ବ୍ରେନୱାସ କରାଯାଇ ତାମିଲନାଡୁର କୋଏମ୍ବାଟୁର ସ୍ଥିତ ସଦଗୁରୁ ଆଶ୍ରମରେ ରଖାଯାଇଛି । ଉଭୟଙ୍କୁ ପରିବାର ସହ ଯୋଗାଯୋଗ କରିବାକୁ ଦିଆଯାଉ ନାହିଁ । ଏହି ମାମଲାରେ ଯାଚିକା ଦାଖଲ କରାଯାଇ ଦାବି କରାଯାଇଥିଲା ଯେ ତାଙ୍କର ଦୁଇ ଝିଅଙ୍କୁ ବେଆଇନ ଭାବେ ଆଶ୍ରମରେ ବନ୍ଦୀ କରି ରଖାଯାଇଛି । ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାକୁ ଖାରଜ କରି କହିଛନ୍ତି, ଦୁଇ ଝିଅ ଗୀତା ଓ ଲତା ଉଭୟ ସାବାଳିକା ଓ ନିଜ ଇଚ୍ଛାରେ ଆଶ୍ରମରେ ରହୁଛନ୍ତି ।

ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଆଦେଶ କେବଳ ଏହି ବିଶେଷ ମାମଲା ପାଇଁ ଉଦ୍ଦିଷ୍ଟ । ଏହା ସହିତ କୋର୍ଟ କହିଛନ୍ତି, ନିକଟରେ ଆଶ୍ରମରେ ଜଣେ ଡାକ୍ତରଙ୍କ ବିରୋଧରେ ନାବାଳିକାଙ୍କ ସହ ଦୁବ୍ୟବହାର ମାମଲା ରୁଜୁ କରାଯାଇଛି, ଯାହା ଉପରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ବ୍ରେନୱାସ ଅଭିଯୋଗ ଉପରେ ସୁପ୍ରିମକୋର୍ଟ କହିଛନ୍ତି, ମାଦ୍ରାସ ହାଇକୋର୍ଟ ଏହି ମାମଲାରେ ଅନୁଚିତ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି । ପୋଲିସକୁ ଆଶ୍ରମର ଯାଞ୍ଚ ପାଇଁ ଯେଉଁଭଳି କୋର୍ଟ ଆଦେଶ ଦେଲେ ତାହା ଅନୁଚିତ ଥିଲା । ଉଚ୍ଚତମ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି, ଯେଉଁ ସମୟରେ ଦୁଇ ଯୁବତୀଙ୍କୁ ଆଶ୍ରମରେ ରଖାଗଲା ସେହି ସମୟରେ ଦୁହେଁ ନାବାଳିକା ନ ଥିଲେ । ଉଭୟଙ୍କୁ ୨୭ ଓ ୨୪ ବର୍ଷ ବୟସ ହୋଇଥିଲା । ଏଥିପାଇଁ ହାଇକୋର୍ଟଙ୍କ ଏହି ଘଟଣାରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନ ଥିଲା । ଦୁଇ ଝିଅଙ୍କ ଅଦାଲତରେ ହାଜର ହେବା ପୂର୍ବରୁ ହିଁ ଯାଚିକାର ଉଦ୍ଦେଶ୍ୟ ପୂରା ହୋଇ ସାରିଥିଲା । ପ୍ରଧାନ ବିଚାରପତି କହିଛନ୍ତି, ଏହି ଧରଣର ମାମଲାରେ ଲୋକ ଓ ସଂସ୍ଥାକୁ ବଦନାମ କରିବା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ।

Related Articles

Back to top button