ଚିଲିକାରେ ପକ୍ଷୀ ସୁରକ୍ଷା ସହ ଶିକାରୀଙ୍କ ଉପରେ କଡ଼ା ନଜର ରଖିବ ଡ୍ରୋନ

ଚିଲିକାରେ ପକ୍ଷୀ ସୁରକ୍ଷା ସହ ଶିକାରୀଙ୍କ ଉପରେ କଡ଼ା ନଜର ରଖିବ ଡ୍ରୋନ । ଶୀତ ଦିନରେ ଶହ ଶହ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାନ୍ତି । ସେହି ସମୟରେ ଶିକାରୀମାନେ ପକ୍ଷୀ ଶିକାର କରିଥାନ୍ତି । ସେଥିରେ ବ୍ରେକ ଲଗାଇବା ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଚିଲିକାର ଚାରିପଟେ ପକ୍ଷୀ ସୁରକ୍ଷା ପାଇଁ ଅତ୍ୟାଧୁନିକ ଡ୍ରୋନ ଲଗାଯିବ । ଏହି ଡ୍ରୋନ ଶିକାରୀମାନଙ୍କୁ ଖୋଜିବ। ଶିକାରୀମାନଙ୍କ ଯୋଜନାକୁ ପଣ୍ଡ କରିବା ସହିତ ନଜର ରଖିବ ଡ୍ରୋନ । ଯେଉଁ ଲୋକର କାର୍ଯ୍ୟ ସନ୍ଦେହଜନକ ଭାବେ ଦୃଷ୍ଟିକୁ ଆସିବ ସେଠାରେ ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ଯାଞ୍ଚ କରିବେ । ଯେତେବେଳେ ଶହ ଶହ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାନ୍ତି ସେତେବେଳେ ଶିକାରୀମାନେ ସଜାଗ ହୋଇଥାନ୍ତି । ଶିକାରୀମାନେ ପକ୍ଷମାନଙ୍କୁ ମାରି ବିକ୍ରି କରିଥାନ୍ତି । ସେଥିପାଇଁ ଡ୍ରୋନ ଜଗିବାର ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button