ସଲମାନ୍ ମାଗିବେ ନାହିଁ ଭୁଲ୍: ସଲିମ ଖାନ

ବଲିଉଡ ଅଭିନେତା ସଲମାନ ଖାନଙ୍କ ସପକ୍ଷରେ ବାହାରିଛନ୍ତି ପିତା ସଲିମ ଖାନ । ତାଙ୍କ ପୁଅ ଭୁଲ ମାଗିବ ନାହିଁ ବୋଲି ସେ ସଫା ସଫା ମନା କରି ଦେଇଛନ୍ତି । ଭୁଲ ମାଗିବା ଅର୍ଥାତ ନିଜେ ସେହି ଭୁଲ କରିଛ ବୋଲି ସ୍ୱୀକାର କରିବା । କିନ୍ତୁ ସଲମାନ ସେ ଭୁଲ କରି ନାହାଁନ୍ତି ବୋଲି ସଲିମ କହିଛନ୍ତି ।

ଏବେ ଦେଶରେ ଗୋଟିଏ ନାଁ ହିଁ ଚର୍ଚ୍ଚାରେ ରହିଛି, ‘ଲରେନ୍ସ ବିଷ୍ଣୋଇ’ । କାରଣ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାଠୁ ନେଇ ସଲମାନ ଖାନଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ଘଟଣାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ର ସମ୍ପୃକ୍ତି ରହିଥିବା ମୁମ୍ବାଇ ପୁଲିସ ସ୍ପଷ୍ଟ କରିଛି । ବିଷ୍ଣୋଇ ସମାଜ ପୂଜା କରୁଥିବା କୃଷ୍ଣ ସାର ମୃଗ ହତ୍ୟା ମାମଲାରେ ସଲମାନ ଜଡ଼ିତ ଥିବାରୁ ଏହି ଗ୍ୟାଙ୍ଗ୍ ଷ୍ଟାର୍ ତାଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି । ତେବେ କିଛି ଲୋକ ବିଷ୍ଣୋଇ ସମାଜକୁ କ୍ଷମା ପ୍ରାର୍ଥନା କରିବାକୁ ସଲମାନଙ୍କ ନିକଟରେ ଦାବି ରଖିଛନ୍ତି । କିନ୍ତୁ ସଲମାନଙ୍କ ପିତା ସଲୀମ ଖାନ ଏହି ଦାବିକୁ ପ୍ରତ୍ୟାଖାନ କରିଛନ୍ତି । ଜାତୀୟ ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ସଲିମ କହିଛନ୍ତି, “କ୍ଷମା ମାଗିବା ଅର୍ଥାତ ସ୍ୱୀକାର କରିବା କି ମୁଁ ହିଁ ହତ୍ୟା କରିଛି । ସଲମାନ କଦାପି କୌଣସି ଜୀବଙ୍କୁ ମାରି ହିଁ ନାହିଁ । ଆମେ କେବେବି ଗୋଟିଏ ଅସରପାକୁ ବି ମାରି ନାହୁଁ । ଆମେ ଏସବୁ ଥିରେ ବିଶ୍ୱାସ କରୁ ନାହିଁ” । ସେ ଆହୁରି କହିଛନ୍ତି, “ସଲମାନ ଯାଇ କାହାକୁ ଭୁଲ ମାଗିବେ ? ଆପଣ କେତେ ଲୋକଙ୍କୁ ଭୁଲ ମାଗିଛନ୍ତି ? କେତେ ଜୀବଙ୍କ ପ୍ରାଣ ରକ୍ଷା କରିଛ ? ସଲମାନ କେବେ ବି କୌଣସି ଅପରାଧ କରି ନାହିଁ । କେଉଁ ଅପରାଧ କରିଛନ୍ତି, ଆପଣ ଦେଖିଛନ୍ତି କି ? କେବେ ଯାଞ୍ଚ କରିଛନ୍ତି କି ? ଆମେ କେବେ ଗୋଟିଏ ବନ୍ଧୁକ ବି ବ୍ୟବହାର କରି ନାହୁଁ”।

Related Articles

Back to top button