ଭିତର କନିକା ପରେ ବାତ୍ୟା ଦାନା ଭୁବନେଶ୍ୱର ଓ ବ୍ରହ୍ମପୁର ଦେଇ ଯିବ ବିଶାଖାପାଟନମ

ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସତର୍କ କରି ସାରିଛି । ତେବେ ବାତ୍ୟାର ଗତିବିଧିକୁ ଲଗାତାର ନଜର ରଖିଛି ପାଣିପାଗ ବିଭାଗ । ସମୁଦ୍ର ଭିତରେ ଗୋଟିଏ ପରେ ଗୋଟିଏ ଭୟଙ୍କର ରୂପ ଦେଖାଉଛି ‘ଦାନା’ । ପାଣିପାଗ ବିଭାଗ ମଧ୍ୟ ଏହାର ଚିତ୍ର ଲୋକଙ୍କ ସାମନାରେ ରଖିଛି । ତେବେ ଏହାଭିତରେ ବାତ୍ୟା ‘ଦାନା’ର ଆଖି ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏକ ମଡେଲ ପ୍ରସ୍ତୁତ କରି ଦର୍ଶାଇଛି ୱିଣ୍ଡି ।

ବାତ୍ୟାକୁ ନେଇ ୱିଣ୍ଡି ଦେଲା ନୂଆ ତଥ୍ୟ । ଭିତର କନିକା ପରେ ବାତ୍ୟା ଦାନା ଭୁବନେଶ୍ୱର ଦେଇ ବ୍ରହ୍ମପୁର ଏବଂ ବିଶାଖାପାଟନମ ଯିବ । ଲାଣ୍ଡଫଲ ପରେ ଭୁବନେଶ୍ୱର ଆଡ଼କୁ ବାତ୍ୟା ମୁହାଁଇବ । ଏମିତି କିଛି ଆକଳନ କରିଛି ୱିଣ୍ଡି ମଡେଲ । ଆମେ ଏହି ମଡେଲ ଜରିଆରେ ଆପଣ ମାନଙ୍କୁ ବୁଝାଇବୁ । ବାତ୍ୟାର ଆଖି ଦେଖା ଗଲା ପରେ ଏବେ ସବୁ ଛାନିଆ ହୋଇଯାଇଛନ୍ତି । ଆଖି ଭୁବନେଶ୍ୱର ଆଡ଼କୁ ମଧ୍ୟ ମୁହାଁଉଛି ।ଆଖିକୁ ଦେଖିଲେ ଜାଣିପାରିବେ ଭୁବନେଶ୍ୱର ଆଡ଼େ ମୁହାଁଇବ ବାତ୍ୟା ଦାନା । ସମସ୍ତେ କେବଳ ଲ୍ୟାଣ୍ଡଫଲକୁ ଦେଖାଉଛନ୍ତି । ହେଲେ ଏ ହେଉଛି ଲାଣ୍ଡଫଲ ପରର ଦୃଶ୍ୟ । ବାତ୍ୟାର ଆଖି ଘୁରି ଘୁରି ପ୍ରଥମେ ଭିତର କନିକାରେ ଯାଇ ମାଡ଼ ହେଉଛି । ୨୫ ତାରିଖରେ ଭିତର କନିକାରେ ମାଡ଼ ହେବା ପରେ ୨୬ ତାରିଖ ଆଡ଼କୁ ଭୁବନେଶ୍ୱରକୁ ମୁହାଁଉଛି । ଆପଣ ଏହି ଟ୍ରାକକୁ ଦେଖିଲେ ଜାଣିପାରୁଥିଲେ । ଆଖିଟି କେମିତି ଘୁରି ଘୁରି ଭିତରକନିକା ଭୁବନେଶ୍ୱର ଏବଂ ତାପରେ ବ୍ରହ୍ମପୁର ଦେଇ ବିଶାଖାପାଟନମକୁ ଯାଉଛି । ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।ସବୁଠାରୁ ବଡ଼ କଥା ହେଉଛି କି ଲ୍ୟାଣ୍ଡଫଲ ପରେ ବାତ୍ୟା ଦାନା ଦୁର୍ବଳ ହୋଇସାରିଥିବ । ଭୁବନେଶ୍ୱର ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ହୋଇପାରେ । ତେବେ ଲାଣ୍ଡଫଲର ସ୍ତାନ ଏବେ ସ୍ଥିତ ହୋଇସାରିଛି । ଧାମରା ଏବଂ ଭିତର କନିକା ମଧ୍ୟରେ ହେବ ଲାଣ୍ଡଫଲ ।

Related Articles

Back to top button