ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସି ଜିନ୍ ପିଙ୍ଗଙ୍କ ମଧ୍ୟରେ ହୋଇଛି ପ୍ରଥମ ଦ୍ୱିପାକ୍ଷିକ ବୈଠକ

ଗତ ପାଞ୍ଚ ବର୍ଷ ମଧ୍ୟରେ ରୁଷିଆରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ବୁଧବାର ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଡେପସାଙ୍ଗ ସମତଳ ଅଞ୍ଚଳ ଏବଂ ଡେମଚୋକ୍ ଅଞ୍ଚଳରେ ପରସ୍ପରର ପାଟ୍ରୋଲିଂ ଅଧିକାର ପୁନରୁଦ୍ଧାର କରିବାକୁ ଭାରତ ଓ ଚୀନ୍ ରାଜି ହୋଇଥିବା ବେଳେ ଏହି ବୈଠକ ହୋଇଛି ।

ଏହା ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବିବାଦର ସମାଧାନ ପାଇଁ ପ୍ରୟାସକୁ ଦର୍ଶାଉଛି । ୨୦୧୯ ଅକ୍ଟୋବରମାସରେ ମହାବଳୀପୁରମରେ ଏକ ଅନୌପଚାରିକ ଶିଖର ସମ୍ମିଳନୀରେ ଦୁଇ ନେତା ସାକ୍ଷାତ କରିଥିଲେ, ଯାହା ପୂର୍ବ ଲଦାଖରେ ଚୀନ୍ ଅନୁପ୍ରବେଶର କିଛି ମାସ ପୂର୍ବରୁ ହୋଇଥିଲା ଏବଂ ଯାହା ଏଲଏସିରେ ସାମରିକ ବିବାଦ ସୃଷ୍ଟି କରିଥିଲା ।ବାଲି (୨୦୨୨) ଏବଂ ଜୋହାନ୍ସବର୍ଗ (୨୦୨୩)ରେ ସେମାନଙ୍କର କିଛି ସଂକ୍ଷିପ୍ତ ବୈଠକ ହୋଇଥିଲେ ମଧ୍ୟ ବୁଧବାରର ବୈଠକ ହେଉଛି ପ୍ରଥମ ଦ୍ୱିପାକ୍ଷିକ ବୈଠକ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗଙ୍କ ସାକ୍ଷାତ ଚାରି ବର୍ଷ ଧରି ଚାଲିଥିବା ଅଚଳାବସ୍ଥାଦୂର କରିବା ଦିଗରେ ଏକ ବଡ଼ ସଫଳତା ।

Related Articles

Back to top button