ୱାୟନାଡ଼ ଆସନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କରିଛନ୍ତି ନାମାଙ୍କନ ଦାଖଲ

କେରଳର ୱାୟନାଡ଼ ଆସନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ନାମାଙ୍କନ ଦାଖଲ କରିଛନ୍ତି । ବୁଧବାର ପ୍ରିୟଙ୍କା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ଆସନର ଉପ ନିର୍ବାଚନ ପାଇଁ କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରିବେ । ତାଙ୍କ ସହିତ ମାଆ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ନାମାଙ୍କନ ଦାଖଲ ପରେ କହିଛନ୍ତି ଯେ ୱାୟନାଡ଼ ପାଇଁ ନିର୍ବାଚନ ଲଢ଼ୁଥିବାରୁ ସେ ବହୁତ ଖୁସି ଅଛନ୍ତି । ଯଦି ୱାୟନାଡ଼ ବାସିନ୍ଦା ତାଙ୍କୁ ଭୋଟ୍ ଦେଇ ବିଜୟୀ କରନ୍ତି ତେବେ ସେମାନଙ୍କୁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ସୌଭାଗ୍ୟ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଲୋକମାନେ ତାଙ୍କୁ ଭଲ ପାଇବା ଦେଇସାରିଲେଣି ବୋଲି ସେ କହିଛନ୍ତି । ନାମାଙ୍କନ ଭରିବା ପରେ ୱାୟନାଡ଼ରେ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ନଭେମ୍ବର ୧୩ ତାରିଖରେ ୱାୟନାଡ ଉପନିର୍ବାଚନ ଅନୁଷ୍ଠିତ ହେବ । ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଲୋକସଭା ଆସନ ରାଏବରେଲୀ ଏବଂ ୱାୟନାଡ଼ରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ଦୁଇଟି ବିଜୟୀ ହୋଇଥିଲେ । ମାତ୍ର ସେ ରାଏବରେଲୀକୁ ନିଜ ହାତରେ ରଖି ୱାୟନାଡ଼ ଆସନରୁ ଇସ୍ତଫା ଦେଇଥିଲେ । ଏଠାରେ କଂଗ୍ରେସରୁ ପ୍ରିୟଙ୍କା ରହିଥିବାବେଳେ ବିଜେପିରୁ ନାଭ୍ୟା ହରିଦାସ ମଇଦାନକୁ ଓହ୍ଲାଇବେ ।

Related Articles

Back to top button