ଟ୍ରୁଡୋଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛନ୍ତି ଦଳୀୟ ସାଂସଦ

ଭାରତକୁ ନାଲିଆଖି ଦେଖାଇବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ‌ବେ ନିଜ ଦଳ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି। ଟ୍ରୁଡୋ ଇସ୍ତଫା ଦେବାକୁ ଦଳ ପକ୍ଷରୁ ବୁଧବାର ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଅକ୍ଟୋବର ୨୮କୁ ଡେଡ୍‌ଲାଇନ ବା ଶେଷ ସମୟ ଧାର୍ଯ୍ୟ କରାଯାଇଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।ବୁଧବାର ବସିଥିବା ବୈଠକରେ ଟ୍ରୁଡୋଙ୍କ ନିଜ ଦଳର ୨୮ ସାଂସଦ ତାଙ୍କ ଇସ୍ତଫା ଦାବି କରିଥିଲେ। ଏଥିପାଇଁ ସେମାନେ ଏକ ଚୁକ୍ତିନାମାରେ ଦସ୍ତଖତ ମଧ୍ୟ କରିଥିଲେ। ଦଳୀୟ ସାଂସଦଙ୍କ ବିରୋଧ ଟ୍ରୁଡୋଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ଦଶନ୍ଧି ଧରି ଟ୍ରୁଡୋ ଶାସନ କ୍ଷମତାରେ ରହିଥିବା ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ। ତେଣୁ ବର୍ତ୍ତମାନ ତାଙ୍କ ନେତୃତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଟ୍ରୁଡୋଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିଯୋଗୁ ଦଳ ପ୍ରତି ଜନସମର୍ଥନ ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଦଳୀୟ ସାଂସଦମାନେ ଏବେ ଟ୍ରୁଡୋଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବା ଜଣାପଡ଼ିଛି।

Related Articles

Back to top button