ପାଣିପାଗ ବିଭାଗର ଆକଳ ଅନୁଯାୟୀ ରାତି 3 ଟାରୁ ଭୋର୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ‘ଦାନା’

ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟୀ ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍ । ଅଧିକ ପ୍ରଭାବିତ ହୋଇପାରେ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ବାତ୍ୟା ମୁକାବିଲା ପାଇଁ NDRF ପ୍ରସ୍ତୁତ ରହିଛି । କାଲି ପର୍ଯ୍ୟନ୍ତ 7 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । 3 ଜିଲ୍ଲାରେ 1 ରୁ 2 ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପାରାଦୀପ ଠାରୁ 150 କି.ମି ଦୂରରେ ରହିଛି ବାତ୍ୟା ଦାନା । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’ । ଗତ ୬ ଘଣ୍ଟାରେ ୧୦ କି.ମି ବେଗରେ ଗତି କରୁଛି । ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କି.ମି ଦୂରରେ ବାତ୍ୟା । ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତି । ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କି.ମି ଦୂରରେ ରହିଛି । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବା ନେି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା 23 ମିମି ବର୍ଷା କେନ୍ଦ୍ରାପଡାରେ ରେକର୍ଡ ହୋଇଛି । ଯାହା ସବୁଠୁ ଅଧିକ । ସେହିପରି ଜଗତସିଂହପୁରରେ 13 ମିମି , ଯାଜପୁରରେ 12 ମିମି ଓ ବାଲେଶ୍ୱର 8.9 ମିମି ବର୍ଷା ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଏଥର ବାତ୍ୟାର ଆଖି ହେବନି । ବାତ୍ୟା ଅଧିକ ଶକ୍ତିଶାଳୀ ହେଲେ ତାର ଆଖି ସୃଷ୍ଟି ହୋଇଥାଏ । କିନ୍ତୁ ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଚି ହୋଇନାହିଁ ।

Related Articles

Back to top button