ଆଜିଠୁ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ହୋଇଛି ପରିବର୍ତ୍ତନ
ଆଜିଠୁ ଲାଗୁ ହେବ ନୂଆ ନିୟମ । ନୂଆ ମାସ ଆରମ୍ଭ ସହିତ ଏଲ୍ପିଜି ମୂଲ୍ୟ, ମିଚ୍ୟୁଆଲ ଫଣ୍ଡ୍ ନିୟମ ସହ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମରେ ପରବର୍ତ୍ତନ ହୋଇଛି । ଆଜିଠୁ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଘରୋଇ ଏଲ୍ପିଜି ମୂଲ୍ୟ ଗତ ମାସରେ ୯୨୯ ଟଙ୍କା ଥିବା ବେଳେ ଚଳିତ ମାସରେ ଏହା ୮୨୯ ଟଙ୍କା ରହିଛି । ପ୍ରତ୍ୟେକ ମାସର ୧ ତାରିଖରେ ସରକାର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଏବଂ ଏଲପିଜି ମୂଲ୍ୟରେ ପରିବର୍ତ୍ତନ କରିଥାନ୍ତି । ସେହିପରି ମିଚ୍ୟୁଆଲ ଫଣ୍ଡରେ ଇନ୍ସାଇଡର ଟ୍ରେଡିଂ ବନ୍ଦ କରିବାକୁ ନୂଆ ନିୟମ ଲାଗୁ ହୋଇଛି ।ମିଚ୍ୟୁଆଲ ଫଣ୍ଡରେ ଇନ୍ସାଇଡର ଟ୍ରେଡିଂକୁ ରୋକିବା ପାଇଁ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ ବା ସେବି ନୂଆ ନିୟମ ଜାରି କରିଛି। ସେହପରି ଏସ୍ବିଆଇ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଗୋଟିଏ ଷ୍ଟେଟମେଣ୍ଟରେ ୫୦ ହଜାର ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଆଦାୟ କରାଯିବ। ଆଜିଠାରୁ ଏସବିଆଇର ଅସୁରକ୍ଷିତ କ୍ରେଡିଟ କାର୍ଡରେ ୩.୭୫% ଫାଇନାନ୍ସ ଚାର୍ଜ ଆଦାୟ କରାଯିବ। ଏହାସହିତ TRAI ମେସେଜ୍ ଟ୍ରେସେବିଲିଟି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ନେଇ ଟେଲିକମ୍ କମ୍ପାନୀଗୁଡ଼ିକୁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଥିଲେ ।