ଆସନ୍ତା ୬-୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଲଘୁଚାପ !
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ବର୍ଷା ସମ୍ଭାବନା ରହିଛି । ନଭେମ୍ବର ପ୍ରଥମ ସପ୍ତାହର ଶେଷ ଭାଗରେ ଅର୍ଥାତ ୬ କିମ୍ବା ୭ ତାରିଖ ଉପକୂଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି ।ଏହାସହିତ ଆସନ୍ତା ୩ରୁ୫ ତାରିଖ ମଧ୍ୟରେ ପାଗ ଶୁଖିଲା ରହିବା ବେଳେ ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ । ୬ ଓ ୭ରେ ଉପକୂଳ ଜିଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।