ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଘୂର୍ଣ୍ଣିବଳୟ
ଆଗାମୀ କିଛି ଘଣ୍ଟା ମଧ୍ଯରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କେତେ ଘନୀଭୂତ ହେବ ସେନେଇ ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡିବ । ଏହି ଲଘୁଚାପର ପ୍ରଭାବ ତାମିଲନାଡୁ ଉପରେ ଅଧିକ ରହିବ ବୋଲି ଜଣାପଡିଛି। ନଭେମ୍ବର ଦ୍ବିତୀୟ ସପ୍ତାହରେ ଉପକୂଳ ଓଡି଼ଶାର ସ୍ଥାନେ ସ୍ଥାନେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବ ଆକଳନ କରିଛି। ସମ୍ଭାବ୍ୟ ଲଘୁଚାପ ଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଅବପାତଟି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁ ମୁହାଁଇବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡି଼ଶା ଉପକୂଳ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର କେତେକ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ହୋଇଛି। ସେହିପରି ୯ ତାରିଖ ଯାଏଁ କାଁ ଭାଁ କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ଗଞ୍ଜାମ , ପୁରୀ ସମେତ ଉପକୂଳ ଓଡିଶା ସମେତ ମୟୂରଭଂଜ, ରାୟଗଡା , କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।