ଯୌନ ଉତ୍ପୀଡନ ଅପରାଧିକ ମାମଲାରେ କୌଣସି ବୁଝାମଣା ସମ୍ଭବ ନୁହେଁ: ସର୍ବୋଚ୍ଚ ନ୍ୟାୟାଳୟ

ଦୁଷ୍କର୍ମ ପରେ କୌଣସି ବୁଝାମଣା ସମ୍ଭବ ହେବନି । ଏମିତି କହି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଦୁଷ୍କର୍ମକାରୀ ଓ ପୀଡିତା ମଧ୍ୟରେ ବୁଝାମଣା ହୋଇଗଲେ ମମଲା ରଦ୍ଦ ହୋଇପାରିବ ନାହିଁ । ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏପରି କହି ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ।ମାମଲାର ଶୁଣାଣି କରି ବିଚାରପତି ରବିକୁମାର କହିଛନ୍ତି, ଏଫଆଇଆର ଓ ଫୌଜଦାରୀ ମାମଲା ଆଇନ ଅନୁଯାୟୀ ଆଗକୁ ବଢିବ । ଅପରାଧ ଅଣ ବୁଝାମଣା ଧାରା ଅନ୍ତର୍ଗତ ଆସିଥାଏ, ତେଣୁ ହାଇକୋର୍ଟ ଦେଇଥିବା ଆଦେଶ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମ କୋର୍ଟ କରିବା ସହ ପୂର୍ବ ରାୟକୁ ଖାରଜ କରିଦେଇଛନ୍ତି ।ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ଛାତ୍ରୀଙ୍କୁ ଦୁଷ୍କର୍ମ ଦେବା ମାମଲାରେ ଆଶ୍ୱସ୍ତି ଦେଇଥିଲେ । ଉଭୟଙ୍କ ଭିତରେ ଏକ ବୁଝାମଣା ସମ୍ଭବ ହୋଇଥିବାରୁ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ହାଇକୋର୍ଟ, ଯାହାକୁ ସୁପ୍ରିମ କୋର୍ଟ ଖାରଜ କରିବା ସହ ଶିକ୍ଷକଙ୍କ ବିରୋଧରେ ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button