ଭାରତକୁ ବିଶ୍ୱ ସୁପର ପାୱାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଯୋଗ୍ୟ ଘୋଷଣା କରିଛନ୍ତି ପୁଟୀନ୍
ଭାରତକୁ ସବୁବେଳେ ସମର୍ଥନ କରୁଥିବା ଋଷ ଏଥର କିନ୍ତୁ କିଛି ନୂଆ ପ୍ରକାର ପ୍ରଶଂସା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ପରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଭାରତକୁ ବିଶ୍ୱ ସୁପର ପାୱାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଯୋଗ୍ୟ ଘୋଷଣା କରିଛନ୍ତି । ପୁଟିନଙ୍କ ଏହି ବିବୃତ୍ତି ଦେଶକୁ ଚକିତ କରିଛି । ପୁଟିନ କହିଛନ୍ତି ଯେ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ, କାରଣ ଏହାର ଅର୍ଥନୀତି ବର୍ତ୍ତମାନ ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ଗତି କରୁଛି । ଗୁରୁବାର ଦିନ ସୋଚିରେ ‘ଭାଲଡାଇ ଆଲୋଚନା କ୍ଲବ’ର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରିବାବେଳେ ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଋଷ ସବୁ ଦିଗରେ ଭାରତ ସହ ସମ୍ପର୍କ ବିକାଶ କରୁଛି ଏବଂ ଦ୍ୱିପାକ୍ଷିକ ସଂପର୍କରେ ଉଭୟ ଦେଶ ପରସ୍ପର ଉପରେ ଗଭୀର ବିଶ୍ୱାସ ରଖିଛନ୍ତି।
ଋଷର ରାଷ୍ଟ୍ରପତି କହିଛନ୍ତି ଯେ 1.5 ବିଲିୟନ ଜନସଂଖ୍ୟା ସହିତ ବିଶ୍ୱର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତତମ ଅଗ୍ରଗତି, ପ୍ରାଚୀନ ସଂସ୍କୃତି ଏବଂ ଭବିଷ୍ୟତର ବିକାଶ ପାଇଁ ବହୁତ ଭଲ ଆଶା, ଭାରତ ନିଶ୍ଚିତ ଭାବରେ ସୁପର ପାୱାର୍ ତାଲିକାରେ ଅନ୍ତର୍ଭୂକ୍ତ ହେବା ଉଚିତ୍। ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି, “ଆମେ ସବୁ ଦିଗରେ ଭାରତ ସହ ସମ୍ପର୍କ ବିକାଶ କରୁଛୁ।