ବଢ଼ିବ ଶୀତ: ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ
କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ୧୫ ତାରିଖଠାରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ଅଳ୍ପ ଅଳ୍ପ ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହେଲାଣି ।
ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁହୁଡ଼ି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି । ସକାଳ ସମୟରେ କେତେକ ସ୍ଥାନରେ ପ୍ରବଳ ଶୀତ ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ନଭେମ୍ୱର ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି । ତା’ପରଠାରୁ ଶୀତର ପ୍ରକୋପ ବଢ଼ିବା ନେଇ ଅନୁମାନ କରାଯାଉଛି ।ଏପଟେ ଦେଖିବାକୁ ଗଲେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି । ଉପକୂଳ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା । ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ବର୍ଷା ହେବା ନେଇ ଆସଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।