ମଣିପୁରରେ ୩ ଜଣ ମହିଳା ଓ ୩ ଜଣ ଛୋଟ ପିଲା ନିଖୋଜ

ପୁଣି ଅଶାନ୍ତ ମଣିପୁର । କୁକି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ସୋମବାର ଘଟିଥିବା ଏନକାଉଣ୍ଟ ପରେ ମଣିପୁରର ଜିରିବାମ ଜିଲ୍ଲା ଅଶାନ୍ତ ବୃଦ୍ଧି ପାଇଛି । ଏନକାଉଣ୍ଟରେ ୧୧ ଜଣ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ମହିଳା ଓ ୩ ଜଣ ଛୋଟ ପିଲା ନିଖୋଜ ହୋଇଯିବା ଖବର ସ୍ଥିତିକୁ ଆହୁରି ସାଂଘତିକ କରିଛି।ମଣିପୁର ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଛନ୍ତି। ୩ ଜଣ ମହିଳା ଓ ୩ ଜଣ ପିଲା ଗତକାଲିର ଏନକାଉଣ୍ଟର ପର ଠାରୁ ନିଖୋଜ ରହିଛନ୍ତି। ଆସାମ ରାଇଫଲ, ବିଏସଏଫ ଓ ସିଆରପିଏଫ ସକ୍ରିୟ ଭାବେ ସର୍ଚ୍ଚ ଅପରେସନରେ ଲାଗି ପଡ଼ିଛନ୍ତି। ଅପରେସନ ବେଳେ ଯଦି ସୁରକ୍ଷାକର୍ମୀ କୌଣସି ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।

Related Articles

Back to top button