ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଶ୍ରୀ ମନ୍ଦିର ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ ମଇଳା ପଡ଼ିଥିବା କାରଣରୁ ମହାପ୍ରଭୁଙ୍କର କରାଯାଉଛି ବଡ଼ ମହାସ୍ନାନ । ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କର ରାଜରାଜେଶ୍ୱର ବା ସୁନାବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିରହିଥିବାବେଳେ ଜୟ ବିଜୟ ଦ୍ୱାର ଭିତର ପାହାଚ ନିକଟରେ ମଇଳା ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ କରାଯାଉଛି ବଡ଼ ମହାସ୍ନାନ ।ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଭିତର କାଠ ଦର୍ଶନ ଆରମ୍ଭ ହୋଇଥିଲା । ସେହିସମୟରେ ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ ମଇଳା ପଡ଼ିଥିବା ସେବାୟତଙ୍କ ଦୃଷ୍ଟି ଗୋଚର ହେବାରୁ ବଡ଼ ମହାସ୍ନାନ ଲାଗିରହିଛି । ଏହି ବଡ଼ ମହାସ୍ନାନ ପ୍ରାୟ ୧ଘଣ୍ଟା ଧରି ଚାଲୁରହିବ । ସେଥିନିମନ୍ତେ ପ୍ରାୟ ୧ଘଣ୍ଟା ଧରି ଦର୍ଶନ ବନ୍ଦ ରହିଛି । ମହାସ୍ନାନ ପରେ ଚୂନ ପାଣି ପଡି ଶୋଧ କରାଯାଇ ଦର୍ଶନ ପୁନଃ ଆରମ୍ଭ ହେବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।