ବିଧାନସଭାର ଶୀତକାଳୀନ ଅଧିବେଶନ ନେଇ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ
ଆସନ୍ତା ୨୬ ତାରିଖରେ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ। ଏ ନେଇ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢେ ୧୦ଟାରେ ବସିବ ଏହି ସର୍ବଦଳୀୟ ବୈଠକ। ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି।।ସୂଚନା ଅନୁଯାୟୀ, ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଏଥିସହ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୬ ତାରିଖରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ ।