ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ଜୀନ୍ନତ।
ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଗଲା ଜୀନ୍ନତ। ଶିମିଳିପାଳର ଉତ୍ତର ଡିଭିଜନ୍ କୋର ଏରିଆରେ ବାଘୁଣୀ ଜୀନ୍ନତକୁ ଛଡାଯାଇଛି। ରବିବାର ରାତି ୯ଟା ୩୦ରେ ବାଘୁଣୀକୁ ଛଡାଯାଇଥିବା ଶିମିଳିପାଳ ଆରସିସିଏଫ୍ ସୂଚନା ଦେଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜୀନ୍ନତ ୨୪ ଘଣ୍ଟିଆ ମନିଟରିଂରେ ରହିବ। ଜୀନ୍ନତ ଏନକ୍ଲୋଜରର ୫ ମିଟର ଦୂରରେ ଥିବା ଜଙ୍ଗଲରେ ବୁଲାବୁଲି କରୁଛି। ତେବେ ମହାରାଷ୍ଟ୍ରର ତଡବା ଅନ୍ଧେରୀ ଅଭୟାରଣ୍ୟରୁ ବାଘୁଣୀ ଜୀନ୍ନତକୁ ଅଣାଯାଇଥିଲା। ତାର ବୟସ ୩ ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ। ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜନ୍ନତକୁ ଅଣାଯାଇଥିଲା । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିିଛନ୍ତି, ଜୀନତ୍ ଓ ଯମୁନା ବର୍ତ୍ତମାନ ଖୋଲା ଆକାଶ ତଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିତରଣ କରିପାରିବେ।