୧୨ ହଜାର ୧୫୬ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ
ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଯାଇଛି । ୧୨ ହଜାର ୧୫୬ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ୧୨ ହଜାର ୧୫୬ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ । ବଜେଟରେ ‘ସୁଭଦ୍ରା’ ଯୋଜନା ପାଇଁ ୧୧୯୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିଭଳି ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏଥିରେ ରତ୍ନଭଣ୍ଡାର ମରାମତି ଓ ରକ୍ଷଣାବେକ୍ଷଣ କରିବା ବ୍ୟବସ୍ଥା କରାଯିବ ।ସିଏପିଏଫ୍ ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି ଟଙ୍କା ଖର୍ଚ୍ଚ ହେବ । ଅଗ୍ନିଶମ ସେବାର ଆଧୁନୀକିକରଣ ଓ ସମ୍ପ୍ରସାରଣ ପାଇଁ ୧୨୦ କୋଟି ଟଙ୍କା ଅଟକଳ ହୋଇଛି । ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍ ପାଇଁ ୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ମଧୁବାବୁ ପେନସନ୍ ଯୋଜନାରେ ୩୩୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବଜେଟରେ ୬୪୪ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।