କଲେଜ ଓ ବିଶ୍ୱବିଦ୍ୟାଳୟ ପରେ ଏବେ ରାଜ୍ୟର ସ୍କୁଲଗୁଡିକରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି
କଲେଜ ଓ ବିଶ୍ୱବିଦ୍ୟାଳୟ ପରେ ଏବେ ରାଜ୍ୟର ସ୍କୁଲଗୁଡିକରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ । ଉଚ୍ଚଶିକ୍ଷା ବିଭାଗ ପରେ ଏବେ ସ୍କୁଲରେ ଲାଗୁ ହେବ ନୂତନ ଜାତୀୟ ଶିକ୍ଷାନୀତି। ଚଳିତମାସରେ ୨୦୨୪-୨୦୨୫ ପାଇଁ ଏହାକୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ କରାଯାଇଛି । ଏବେ ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କାର୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ। ଏବେ ଆସନ୍ତୁ ଜାଣିବା ଜାତୀୟ ଶିକ୍ଷାନୀତି ଲାଗୁ ହେଲେ କଣ ହେବ ପରିବର୍ତ୍ତନ ।
ସ୍କୁଲରେ ଜାତୀୟ ଶିକ୍ଷାନୀତି
– ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ
– ୧୦+୨ ବଦଳରେ ୫+୩+୩+୪ କରାଯିବ
– ପିଲା ୩ ବର୍ଷରୁ ସ୍କୁଲ ଆସିବେ
– ୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମୂଳଦୁଆ ଉପରେ ଗୁରୁତ୍ୱ
– ୮ବର୍ଷ ପରେ ୩ ବର୍ଷ ଯାଏଁ ପ୍ରାଥମିକ ଶିକ୍ଷା
– ଏହାପର ୩ ବର୍ଷ ମାଧ୍ୟମିକ ଶିକ୍ଷା
– ଏହାପରର ୪ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ଦିଆଯିବ
– ନିୟମିତ ଫରମେଟିଭ ଟେଷ୍ଟ
– ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢ଼ିବାକୁ ଗୁରୁତ୍ବ
ତେବେ ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି । ବର୍ତ୍ତମାନ ଅଙ୍ଗନବାଡ଼ି ଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନ ଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ। ପ୍ରଶ୍ନ ଉଠୁଛି
-ପିଲାଙ୍କ ଅନୁପାତରେ ଶିକ୍ଷକ କମ ରହିଛନ୍ତି
-୭ହାଜରରୁ ଅଧିକ ସ୍କୁଲକୁ ମିଶ୍ରଣ କରାଯାଇଛି
-ଅଧିକାଂଶ ସ୍କୁଲରେ ଭିତ୍ତିଭୂମି ନାହିଁ
-ଆଦିବାସୀ ଅଂଚଳରେ ପିଲାଙ୍କୁ ସ୍କୁଲ ଆଣିବା ଏବେ ବି ସମସ୍ୟା
ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ଟାସ୍କଫୋର୍ସ କମିଟିର ସୁପାରିସ ଓ ଅନ୍ୟମାନଙ୍କ ମତାମତ ପରେ ଏହାକୁ ଲାଗୁ କରିବାକୁ ଯୋଜନା ରଖିଛି ଉଚ୍ଚଶିକ୍ଷା ବିଭାଗ।