ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ

ଗୁରୁବାର ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ରାଞ୍ଚିର ମୋରହାବାଦୀ ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ଵାର ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏଥିସହ ଚତୁର୍ଥ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ତେବେ ଶପଥ ସମାରୋହରେ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି।ଶପଥ ସମାରୋହରେ ଇଣ୍ଡି ମେଣ୍ଟର ଶକ୍ତି ପ୍ରଦର୍ଶନ ସହ ଏକତା ଦେଖିବାକୁ ମିଳିଛି। ସମାରୋହରେ ହେମନ୍ତଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍‌ର ରାଷ୍ଟ୍ରୀୟ ସଂଯୋଜ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଆଦି ଉପସ୍ଥିତ ଥିଲେ।

ଏହା ବ୍ୟତୀତ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ, ତାମିଲନାଡୁରୁ ଉଦୟନିଧି ଷ୍ଟାଲିନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିହାରର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ, କଂଗ୍ରେସ ନେତା ତାରିକ ଅନଓ୍ଵର, ସ୍ଵାଧୀନ ସାଂସଦ ପପ୍ପୁ ଯାଦବ ଆଦି ଉପସ୍ଥିତ ଥିଲେ।  ଶପଥ ସମାରୋହ ପୂର୍ବରୁ ହେମନ୍ତ ସୋରେନଙ୍କ ପୁଅ ନିତିଲ ସୋରେନ କହିଛନ୍ତି, ମୁଁ ନିଜର ପିତାଙ୍କ ଶପଥଗ୍ରହଣକୁ ନେଇ ବହୁତ ଖୁସି ଅଛି। ଏହି ସମାରୋହରେ ସମସ୍ତେ ସାକ୍ଷୀ ହେବାକୁ ଏଠାକୁ ଆସିଛନ୍ତି। ରାଜ୍ୟରେ ଆଦିବାସୀଙ୍କ ବିକାଶ ଦିଗରେ ଜେଏମଏମ କାମ କରିବ।

Related Articles

Back to top button