‘ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ର ପରବର୍ତ୍ତୀ ନିର୍ଦ୍ଦେଶକ ହେବେ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ
ଆମେରିକାର ପ୍ରମୁଖ ଯାଞ୍ଚ ଏଜେନ୍ସି ‘ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ର ପରବର୍ତ୍ତୀ ନିର୍ଦ୍ଦେଶକ ହେବେ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ। ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ପୂର୍ବରୁ ତାଙ୍କ ନାମ ଚର୍ଚ୍ଚାରେ ରହିଥିଲା ବେଳେ ଏବେ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଧିବଦ୍ଧ ଭାବେ ପଟେଲଙ୍କ ନାମ ଘୋଷଣା କରିଛନ୍ତି। କାଶ୍ଙ୍କ ନାମ ଘୋଷଣା କରି ଟ୍ରମ୍ପ ତାଙ୍କୁ ପ୍ରଶଂସା କରିବା ସହିତ ଏହି ପଦବୀରେ ସେ ନିଷ୍ଠା ଏବଂ ଦକ୍ଷତା ସହ କାର୍ଯ୍ୟ ତୁଲାଇବେ ବୋଲି ଆଶା ପ୍ରକଟ କରିଛନ୍ତି। ଏକ ଗୁଜରାଟୀ ପରିବାରରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା କାଶ୍ ପଟେଲଙ୍କ ଆଇନ କ୍ଷେତ୍ରରେ ବହୁ ପାରଦର୍ଶିତା ରହିଥିଲା ବେଳେ ଜଣେ ଯାଞ୍ଚ ବିଶେଷଜ୍ଞ ଭାବେ ମଧ୍ୟ ପ୍ରତିଷ୍ଠା ରହିଛି। ଏହାବ୍ୟତୀତ ‘ଆମେରିକା ଫାର୍ଷ୍ଟ’ ଲଢେଇରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି।ସେହିଭଳି ପୂର୍ବରୁ ଟ୍ରମ୍ପ ପ୍ରଶାସନରେ କାଶ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ ଉପନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ପରିଷଦରେ ଆତଙ୍କବାଦ ନିରୋଧୀ ବିଭାଗରେ ବରିଷ୍ଠ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। କାଶ୍ ରୁଷିଆର ଠକେଇ ଅନୁସନ୍ଧାନରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବେଳେ ଟ୍ରମ୍ପ ତାଙ୍କୁ ଆମେରିକାର ପ୍ରଥମ ଯୋଦ୍ଧା ବୋଲି ପ୍ରଶଂସା କରିଛନ୍ତି। ସେ ଦୁର୍ନୀତିକୁ ସାମ୍ନାକୁ ଆଣିବା, ନ୍ୟାୟ ଦେବା ଏବଂ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ବୋଳି ଟ୍ରମ୍ପ କହିଛନ୍ତି। ଆମେରିକାରେ ବଢୁଥିବା ଅପରାଧ, ଅପରାଧିକ ଗ୍ୟାଙ୍ଗ ଏବଂ ସୀମାରେ ଡ୍ରଗ୍ ଚୋରା ଚାଲାଣ ଭଳି ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ କାଶ୍ଙ୍କୁ ଦାୟିତ୍ବ ଦେଇଛନ୍ତି। ସେ ଆଟର୍ଣ୍ଣି ଜେନେରାଲ ପାମ ବୋଣ୍ଡିଙ୍କ ଅଧୀନରେ କାର୍ଯ୍ୟ କରିବେ।