ଡିସେମ୍ୱର ୩ରୁ ୬ ଯାଏଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (ଡିସେମ୍ୱର ୩) ଓଡ଼ିଶା ଗସ୍ତରେ ଆସୁଛନ୍ତି । ଡିସେମ୍ୱର ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ରାଷ୍ଟ୍ରପତି । ଏଥିପାଇଁ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ଭୁବନେଶ୍ୱର- କଟକ, ପୁଲିସ କମିଶନରେଟ (ଟ୍ରାଫିକ ଓ ପବ୍ଲିକ ଅର୍ଡର) ୨୦୦୮ର ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡିକ ଉପରେ ଲାଗୁ କରାଯାଇଛି ।ମଙ୍ଗଳବାର (୩-୧୨-୨୦୨୪) ଅପରାହ୍ମ ୪ଟା୫୦ ମିନିଟରୁ ସନ୍ଧ୍ୟା ୫ଟା୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ଏଜି ଛକ- ବାମ ମୋଡ- ରାଜଭବନ ଛକ- ପାୱାର ହାଉସ ଛକ – ୧୨୦ ବିଏନ୍ ଛକ- ଜାଭିୟର ଛକ- ବାମ ମୋଡ- ହୀତିଆସୁଣୀ ଛକ- ଡାହାଣ ମୋଡ- ନୀଳାଦ୍ରୀ ବିହାର ଏବଂ ସନ୍ଧ୍ୟା ୬ରୁ ୬ଟା ୩୦ ମିନିଟ୍ ମଧ୍ୟରେ ନୀଳାଦ୍ରୀ ବିହାର- ବାମ ମୋଡ- ଜାଭିୟର ଛକ- ଡାହାଣ ମୋଡ- ଜୟଦେବ ବିହାର ଛକ- ବେହେରା ସାହି ଛକ- ଶାସ୍ତ୍ରୀ ନଗର ଛକ- ୧୨୦ ବିଏନ ଛକ- ପାୱାର ହାଉସ ଛକ- ରାଜଭବନ। ବୁଧବାର (୪-୧୨-୨୦୨୪) ସକାଳ ୮ଟା ୫୦ ମିନିଟରୁ ୯ଟା ୩୦ ମିନିଟ୍ ମଧ୍ୟରେ ରାଜଭବନ ଛକ- ଏଜି ଛକ- ଡାହାଣ ମୋଡ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକ
ଗୁରବାର (୫-୧୨-୨୦୨୪) ଦିନ ସକାଳ ୧୦ଟା ୨୦ରୁ ୧୦ଟା୫୫ ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ- ଏଜି ଛକ- ବାମ ମୋଡ- ଗୋପବନ୍ଧୁ ଛକ- ବାମ ମୋଡ- ଓୟୁଏଟି ଛକ ଏବଂ ତାପରେ ଦିବା ୧୧ଟା ୫୦ରୁ ୧୨ଟା ୧୫ ମିନିଟ୍ ସମୟରେ ଓୟୁଏଟି ଛକ- ଗୋପବନ୍ଧୁ ଛକ- ଡାହାଣ ମୋଡ- ରାଜଭବନ ଛକ । ଏଥିସହ ସନ୍ଧ୍ୟା ୫ରୁ ୫ଟା୨୫ ସମୟ ମଧ୍ୟରେ ରାଜଭବନ ଛକ- ଏଜି ଛକ- ରାଜମହଲ ଓଭର ବ୍ରିଜ୍- କଳ୍ପନା ଛକ- ଡାହାଣ ମୋଡ – ମ୍ୟୁଜିୟମ୍ ଛକ- ବାମ ମୋଡ- ରବି ଟକୀଜ ଛକ ଓ ମାଉସୀ ମା ଛକ । ସନ୍ଧ୍ୟା ୬ଟା ୧୫ ମିନିଟରୁ ୬ଟା ୫୦ ମିନିଟ୍ ମଧ୍ୟରେ ରବି ଟକୀଜ ଛକ ଓ ମାଉସୀ ମା ଛକ- ମ୍ୟୁଜିୟମ ଛକ- କଳ୍ପନା ଛକ- ବାମ ମୋଡ- ରାଜମହଲ ଓଭର ବ୍ରିଜ୍- ଏଜି ଛକ- ରାଜଭବନ ଛକ
ଶୁକ୍ରବାର (୬-୧୨-୨୦୨୪) ସକାଳ ୮ଟା୫୦ରୁ ସକାଳ ୯ଟା୩୦ ମଧ୍ୟରେ ରାଜଭବନ ଛକ- ଏଜି ଛକ- ଡାହାଣମୋଡ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକ ।ଡିସେମ୍ୱର ୫ ସନ୍ଧ୍ୟା ୫ରୁ ୭ ମଧ୍ୟରେ କଳ୍ପନା ଛକଠାରୁ ଲିଙ୍ଗିପୁର ଛକର ଉଭୟ ପାର୍ଶ୍ୱ ରାସ୍ତା ଦେଇ କୌଣସି ପ୍ରକାରର ଭାରୀ ଯାନ କିମ୍ୱା ବସ୍ ଚଳାଚଳ କରିପାରିବେ ନାହିଁ ।ପୁରୀ ପଟୁ ଭୁବନେଶ୍ୱର କିମ୍ୱା କଟକ ଆସୁଥିବା ଭାରୀ ଯାନ କିମ୍ୱା ବସ ଗୁଡିକ ଲିଙ୍ଗିପୁର ଛକଠାରୁ ବାଇପାସ୍ ରାସ୍ତା ଦେଇ କେସୁରା ଛକ ଏବଂ ପାଣ୍ଡରା ଛକ ଦେଇ ଯାଇପାରିବେ ।କଟକ ଏବଂ ଭୁବନେଶ୍ୱର ପଟୁ ପୁରୀ ଆଡକୁ ଯାଉଥିବା ଭାରୀ ଯାନ କିମ୍ୱା ବସ୍ ଗୁଡିକ ଉପରଲିଖିତ ରାସ୍ତା ଦେଇ ଯାଇପାରିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଉପରୋକ୍ତ କଟକଣା ଗୁଡିକ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର ଓ ଆମ୍ୱୁଲାନ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।