ଡେପୁଟି ହାଇକମିସନରେ ଭଙ୍ଗାରୁଜା ଘଟଣାରେ ୭ ଜଣ ଗିରଫ

ବାଂଲାଦେଶର ଅଗରତାଲାସ୍ଥିତ ଡେପୁଟି ହାଇକମିସନରେ ଭଙ୍ଗାରୁଜା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ୩ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯିବା ସହ ଡିଏସ୍ପିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଶ୍ଚିମ ତ୍ରିପୁରା ଏସପି କିରଣ କୁମାର ଏହି ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ତ୍ରିପୁରାରେ ଭାରତୀୟ ପତାକାକୁ ଅପମାନିତ କରିବା, ଇସ୍କନ ମନ୍ଦିର ସହ ଜଡ଼ିତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ଏବଂ ହିନ୍ଦୁଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ତ୍ରିପୁରାରେ ବିକ୍ଷୋଭ ଜାରି ରହିଛି । ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ସାମିଲ ହୋଇଥିଲେ ।ଅଲ୍ ତ୍ରିପୁରା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ମାଲିକ ସଂଘ (ଏଟିଆରଓଏ) କହିଛି ଯେ ଭାରତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଛୁ ଯେ ସେମାନଙ୍କ ହୋଟେଲ ବାଂଲାଦେଶୀମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ସେହିପରି ଦୁଇ ଦିନ ତଳେ ଆଇଏଲ୍ଏସ୍ ହସ୍ପିଟାଲ ପକ୍ଷରୁ ବାଂଲାଦେଶୀଙ୍କ ଚିକିତ୍ସା କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା ।

Related Articles

Back to top button