![](https://abhigam.com/wp-content/uploads/2024/12/Screenshot_2024-12-11-19-29-04-41_680d03679600f7af0b4c700c6b270fe7.jpg)
ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ
ରାଜ୍ୟ ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି (ଡିସେମ୍ବର ୧୧) ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଗତ ନଭେମ୍ବର ୨୬ରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା ଓ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। କିନ୍ତୁ ଆଜି ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି।ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡିଶା ବିଧାନସଭା ଅଧିବେଶନ ଶେଷ ହେବା କୌଣସି ନୂଆ କଥା ନୁହେଁ। ପୂର୍ବର ବିଜେଡି ସରକାର ଅମଳରେ ପ୍ରାୟତଃ ସମସ୍ତ ଅଧିବେଶନ ସମୟ ପୂର୍ବରୁ ଶେଷ ହେଉଥିବା। ସେତେବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଏ ନେଇ ବାରମ୍ବାର ରାଜ୍ୟପାଳଙ୍କୁ ଅଭିଯୋଗ କରିବା ସହ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କିନ୍ତୁ କୌଣସି ସୁଫଳ ମିଳି ନ ଥିଲା।
ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ୧୮ ଦିନ ପୂର୍ବରୁ ଅଧିବେଶନ ସାରିଦେବା ଫଳରେ ରାଜ୍ୟ ସ୍ୱାର୍ଥ ଜଡିତ ଅନେକ ପ୍ରସଙ୍ଗ ଆଲୋଚନା ହୋଇପାରିନଥିବା କୁହାଯାଇଛି।