‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଗୁରୁବାର ଦିନ ‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ସୂଚନାନୁସାରେ ଚଳିତ ଶୀତ ଅଧିବେଶନରେ ଏହି ବିଲ୍ ସଂସଦରେ ଉପସ୍ଥାପିତ ହୋଇପାରେ। ଏହି ବିଲ୍ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳର ମତାମତ ନିଆଯିବ। ପରେ ଏହା ସଂସଦ ଦ୍ୱାରା ପାରିତ ହେବ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ୱାନ ନେସନ, ୱାନ ଇଲେକ୍ସନ ସମ୍ପର୍କିତ ଏକ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିଥିଲା। ଖବର ଅନୁଯାୟୀ ଆଇନ ମନ୍ତ୍ରୀ ‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସ୍ତାବ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

‘ୱାନ ନେସନ, ୱାନ ଇଲେକ୍ସନ’ ଅଧୀନରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକାସାଙ୍ଗରେ କରାଯିବା ଉଚିତ୍। ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନର ଏକକାଳୀନ ଆୟୋଜନ ହେବାର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ କରାଯିବାକୁ କମିଟି ସୁପାରିଶ କରିଛି।

Related Articles

Back to top button