ମୟୂରଭଞ୍ଜ ଜିଲା ଶିମିଳିପାଳ ଅଞ୍ଚଳରେ ୫ ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା

ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫଳରେ ପାଦ ଦେଶ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ସକାଳେ ଲୋକେ ଘରୁ ବାହାରୁ ନ ଥିବାବେଳେ ସୂର୍ଯ୍ୟାସ୍ତ ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି।ଶିମିଳିପାଳର ଉକ୍ତ ସ୍ଥାନରେ ୭ ଡିଗ୍ରୀ ସେଲସିୟସ ଥିଲା। ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ଶୁକୃଳି ଓ ରରୁଆ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଗାମୀ ଦିନରେ ଶୀତ ଆହୁରି ବଢିବ ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାଡ଼ଭଙ୍ଗା ଶୀତ ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କଡାକଡି କରିଛନ୍ତି। ଅନ୍ୟ ପକ୍ଷରେ ପ୍ରବଳ କୁହୁଡି ଯୋଗୁଁ ଜାତୀୟ ରାଜପଥ ୪୯ରେ ଯିବା ଆସିବା କଷ୍ଟକର ହୋଇପଡୁଛି।

Related Articles

Back to top button