ଦୋମାରାଜୁ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ତାମିଲନାଡୁ ସରକାର
ବିଶ୍ଵର ସର୍ବକନିଷ୍ଠ ଚେସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ଦୋମାରାଜୁ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଗୁରୁବାର ଖେଳାଯାଇଥିବା ବିଶ୍ଵ ଚେସ ଚାମ୍ପିଅନସିପର ୧୪ଶ ବା ଅନ୍ତିମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଗୁକେଶ ଗତବର୍ଷର ଚାମ୍ପିଅନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଥିଲେ। ଏହି ୧୪ ରାଉଣ୍ଡର ମୁକାବିଲାକୁ ଗୁକେଶ ୭.୫-୬.୫ ପଏଣ୍ଟ ବ୍ୟବଧାନରେ ଜିତି ନେଇଥିଲେ। ଗୁକେଶଙ୍କ ଐତିହାସିକ ବିଜୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ତାଙ୍କୁ ବହୁ ପ୍ରଶଂସା କରିଥିଲେ। ତାଙ୍କର ବିଜୟ ଦେଶ ପାଇଁ ଗର୍ବର ବିଷୟ ବୋଲି ଷ୍ଟାଲିନ କହିଥିଲେ।