୧୭ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି : ବାହାର କାଠରୁ ଭକ୍ତମାନେ କରିବେ ଦର୍ଶନ

ରତ୍ନଭଣ୍ଡାର ମରାମତି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଆଜି ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳଙ୍କ ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ପୁରୀ ଏସ୍‌ପି, ASI, ବରିଷ୍ଠ ସେବକ, ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆସନ୍ତା ୧୭ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ହେବ ତେଣୁ ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତି ହେବ ଆଲୋଚନା ହୋଇଛି।

ନିଷ୍ପତ୍ତି ଅନୁସାରେ ପ୍ରଥମେ ରତ୍ନଭଣ୍ଡାର କାମ ହେବ, ପରେ ଗଣତିମଣତି ହେବ। ପ୍ରଥମେ ଭିତର ଓ ପରେ ବାହାର ରତ୍ନଭଣ୍ଡାର କାମ ହେବ।ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତିକୁ ଗୁରୁତ୍ବ ଦେଇ କାମ ହେବ ।ଦିନ ୧୨ଟା ୩୦ ପରେ କାମ ହେବ, ସନ୍ଧ୍ୟା ଯାଏଁ ଚାଲିବ ତେବେ ମରାମତି ବେଳେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିବେ ବୋଲି ରତ୍ନଭଣ୍ଡାର ମରାମତି ପ୍ରସ୍ତୁତି ବୈଠକ ପରେ ପୁରୀ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ସେହିପରି ଦିଲ୍ଲୀରୁ ସିନିୟର୍ ଅଫିସର୍ ଏହି କାମକୁ ମନିଟରିଂ କରିବେ ।

Related Articles

Back to top button