ହାଜର ହେଲେନି ଆଇଏଏସ୍ ବିଷ୍ଣୁପଦ ସେଠୀ

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଟେଣ୍ଡର ଫିକ୍ସିଂ ମାମଲାରେ ବୁଧବାର ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିଲା। ତଥାପି ଏହି ସମନ ପରେ ମଧ୍ୟ ଆଇଏଏସ୍ ବିଷ୍ଣୁପଦ ସେଠୀ ଆଜି (୧୮ ଡିସେମ୍ୱର) ହାଜର ହୋଇନାହାଁନ୍ତି। କହିରଖୁଛୁ ଯେ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସମନ କରିଥିଲା। ବୁଧବାର ଦିନ ବିଷ୍ଣୁପଦ ସେଠୀ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଥିଲେ ବି ସେ ହାଜର ହୋଇ ନାହାଁନ୍ତି।

ଆଜି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ IAS ବିଷ୍ଣୁପଦଙ୍କ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି। ସିବିଆଇକୁ ଯାହା କହିବା କଥା କହିବେ। ଚୂଡ଼ାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର ପଦକ୍ଷେପ ନେବେ।’ଏହା ମାମଲାକୁ ନେଇ ବିରୋଧୀମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। କାହିଁକି ବିଷ୍ଣୁପଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ ତାଙ୍କୁ ଅନେକ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Related Articles

Back to top button