ସଞ୍ଜିବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଚିକିତ୍ସା ।

୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଚିକିତ୍ସା । ବୟସ୍କଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ସଞ୍ଜିବନୀ ଯୋଜନା । ଏଥିନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜରିୱାଲ କରିଛନ୍ତି ଘୋଷଣା । ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଥିବା ବେଳେ ସରକାର ବୟସ୍କଙ୍କୁ ଆକୃଷ୍ଟ କରିବାକୁ ଏହି ଯୋଜନାର ଆରମ୍ଭ କରୁଛନ୍ତି ।ବୁଧବାର କେଜରିୱାଲ ପ୍ରେସ ମିଟ କରି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଦିଲ୍ଲୀରେ ଥିବା ସମସ୍ତ ବୟସ୍କଙ୍କ ପାଇଁ ଖୁସି ଖବର । ଦିଲ୍ଲୀରେ ୬୦ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କ ଚିକିତ୍ସାକୁ ମାଗଣା କରାଯିବ । ଏହା କେଜରିୱାଲର ଗ୍ୟାରେଣ୍ଟି । କେଜରିୱାଲ ଆଗକୁ କହିଛନ୍ତି, ବୃଦ୍ଧାବସ୍ଥାରେ ଗୋଟିଏ କଥା ସମସ୍ତଙ୍କୁ କଷ୍ଟ ଦେଇଥାଏ । ଯେମିତି ବୟସ ବଢେ ସେମିତି ୧୦୦ ରୋଗ ବ୍ୟକ୍ତିକୁ ଘେରିଯାଏ । ସବୁଠାରୁ ବଡ ଚିନ୍ତା ଚିକିତ୍ସାକୁ ନେଇ ହୋଇଥାଏ ।

କେଜରିୱାଲ କହିଛନ୍ତି, ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଭଲ ପରିବାରରୁ ଆସିଥାନ୍ତି, ହେଲେ ସେମାନଙ୍କ ପିଲାମାନେ ସେମାନଙ୍କର ଉପଯୁକ୍ତ ଯତ୍ନ ନେଇପାରି ନ ଥାନ୍ତି । ଏହି ଘୋଷଣା ଅବସରରେ କେଜରିୱାଲ ରାମାୟଣରେ ଲକ୍ଷ୍ମଣଙ୍କ ନାଗଫାଶରେ ମୁର୍ଛାଯିବା କଥା ଉଲ୍ଲେଖ କରି ତାଙ୍କୁ ସଞ୍ଜିବନୀ ବୁଟି ଭଲ କରିଥିବା କଥା କହିବା ସହ ବୟସ୍କଙ୍କ ପାଇଁ ସଞ୍ଜିବାନୀ ଯୋଜନା ଦିଲ୍ଲୀ ସରକାର ଲାଗୁ କରିବାକୁ ଯାଉଥିବା ଘୋଷଣା କରିଛନ୍ତି । ଏଥିରେ ୬୦ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଏହି ଯୋଜନା ନିର୍ବାଚନ ପରେ ଲାଗୁ ହେବ ବୋଲି କହିଛନ୍ତି କେଜରିୱାଲାଯୋଜନାରେ ସାମିଲ ହେବାକୁ ଥିବା ବ୍ୟକ୍ତିଙ୍କ ଆୟର କୌଣସି ସୀମା ରହିବ ନାହିଁ । ଯେକୌଣସି ବର୍ଗର ବୟସ୍କ ବ୍ୟକ୍ତି ଏଥିରେ ସାମିଲ ହେବେ । ଏଥିପାଇଁ ଏକ କାର୍ଡ ମିଳିବ । ଏହି କାର୍ଡ ଦେଖାଇ ବ୍ୟକ୍ତି ମାଗଣାରେ ଚିକିତ୍ସିତ ହୋଇପାରିବେ ବୋଲି କହିଛନ୍ତି କେଜରିୱାଲ ।

Related Articles

Back to top button