ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ଓମ୍ ବିର୍ଲା

ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭା ମୁଲତବି ହୋଇଛି । ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଂଗରେ ଗୃହରେ ହଙ୍ଗାମା ପରେ ଲୋକସଭାକୁ ମୁଲବତି କରାଯାଇଛି । ପରେ ରାଜ୍ୟସଭାକୁ ମଧ୍ୟ ରାଜ୍ୟସଭା ସଭାପତି ବନ୍ଦ କରିଛନ୍ତି ।

ଆଜି ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଆସି ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ପରେ ବାଚସ୍ପତି ଓମ ବିର୍ଲା କଠୋର ନିଷ୍ପତ୍ତି ନେଇଥିଲେ । ସଂସଦର କୌଣସି ଦ୍ବାର ସମ୍ମୁଖରେ ରାଜନୈତିକ ଦଳମାନେ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ । ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ସଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି କହିଥିଲେ । ଏହା ସହିତ ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି କରିଛନ୍ତି । ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖରେ ଶେଷ ହୋଇଛି ।

Related Articles

Back to top button