ସମ୍ପତ୍ତି ବିବାଦର ସମାଧାନ ନୀତି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ସମ୍ପତ୍ତି ବିବାଦର ସମାଧାନ ନୀତି ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପଞ୍ଜୀକରଣ ଆଇନ, ୧୯୦୮ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତିରେ ପୂର୍ବରୁ ଥିବା ଅଧିକାରକୁ ସୁନିଶ୍ଚିତ କରି ଏକ ସେଟଲମେଣ୍ଟ ଡିକ୍ରି ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ଏପରି କ୍ଷେତ୍ରରେ ଭାରତୀୟ ଷ୍ଟାମ୍ପ ଆକ୍ଟ ୧୮୯୯ ଅନୁଯାୟୀ କୌଣସି ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯିବ ନାହିଁ, କାରଣ ଏହା କୌଣସି ନୂଆ ଅଧିକାର ସୃଷ୍ଟି କରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ମୁକେଶ ନାମକ ଜଣେ ବ୍ୟକ୍ତିଙ୍କ ପିଟିସନ୍ ବନାମ ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ମାମଲା (କେସ୍ ନଂ ୧୪୮୦୮/୨୦୨୪)ରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ହାଇକୋର୍ଟଙ୍କ ରାୟରେ ଷ୍ଟାମ୍ପ୍ ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ବଜାୟ ରଖାଯାଇଛି, ଯେଉଁଥିରେ ଆବେଦନକାରୀଙ୍କ ଦ୍ୱାରା ସେଟଲମେଣ୍ଟ ପ୍ରକ୍ରିୟାରେ ସମ୍ପତ୍ତି ଅଧିଗ୍ରହଣ ପାଇଁ ୬,୬୭,୫୦୦ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଧାର୍ଯ୍ୟ କରାଯାଇଥିଲା। ଏଥିରେ ବ୍ୟକ୍ତିର ପୂର୍ବରୁ ଅଧିକାର ଥିଲା।ମଧ୍ୟପ୍ରଦେଶର ଧାର ଜିଲ୍ଲାର ଖେଡା ଗାଁରେ ଏକ ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ପୈଠକୁ ନେଇ ଏହି ମାମଲା ରୁଜୁ ହୋଇଛି। ସିଭିଲ୍ ମାମଲାରେ ଆବେଦନକାରୀ ମୁକେଶ ଏକ ବୁଝାମଣା ଆଦେଶ ମାଧ୍ୟମରେ ଜମି ଅଧିଗ୍ରହଣ କରିଥିଲେ। ଏହାପରେ ୨୦୧୩ମସିହାରେ ଆବେଦନକାରୀ ଏହି ଜମି ଉପରେ ସ୍ଥାୟୀ ନିଷେଧାଦେଶ ପାଇଁ ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ। ନ୍ୟାସନାଲ ଲୋକ ଅଦାଲତ ଏକ ସେଟଲମେଣ୍ଟ ଡିକ୍ରି ଜରିଆରେ ମାମଲାର ସମାଧାନ କରିଥିଲେ।
ତହସିଲଦାର ଏହି ମାମଲାକୁ ପରିବର୍ତ୍ତନ ପାଇଁ ଷ୍ଟାମ୍ପ୍ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ। ଭାରତୀୟ ଷ୍ଟାମ୍ପ ଆକ୍ଟ ୧୮୯୯ର ଧାରା ୨୨ ଅନୁଯାୟୀ ଜିଲ୍ଲାପାଳ ସେଟଲମେଣ୍ଟ ଡିକ୍ରିକୁ ସ୍ଥାନାନ୍ତର ଭାବରେ ଗ୍ରହଣ କରି ଷ୍ଟାମ୍ପ ଡ୍ୟୁଟି ୬,୬୭,୫୦୦ ଟଙ୍କା ଧାର୍ଯ୍ୟ କରିଥିଲେ। ବୋର୍ଡ ଅଫ୍ ରେଭେନ୍ୟୁ ଏବଂ ହାଇକୋର୍ଟ ମଧ୍ୟ ସେଟଲମେଣ୍ଟ ଡିକ୍ରି ଉପରେ ଷ୍ଟାମ୍ପ ଡ୍ୟୁଟି ଲାଗୁ କରିବା ନିଷ୍ପତ୍ତିକୁ ବଜାୟ ରଖିଛନ୍ତି।ସୁପ୍ରିମ୍କୋର୍ଟଙ୍କ କହିବା ଅନୁଯାୟୀ, ଯଦି ଧାରା ୧୭(୨)(୬) ଅନୁଯାୟୀ ତିନୋଟି ସର୍ତ୍ତ ପୂରଣ ହୁଏ, ତେବେ ସେଟଲମେଣ୍ଟ ଡିକ୍ରି ପାଇଁ ପଞ୍ଜୀକରଣ ଆବଶ୍ୟକ ହେବ ନାହିଁ। ଚୁକ୍ତିନାମାର ସର୍ତ୍ତାବଳୀ ଅନୁଯାୟୀ ବିନା କୌଣସି ମିଳାମିଶାରେ ଏକ ସମାଧାନ ନିର୍ଦ୍ଦେଶନାମା ରହିବା ଆବଶ୍ୟକ। ସେଟଲମେଣ୍ଟ ଡିକ୍ରି ମାମଲାରେ ସମ୍ପୃକ୍ତ ସମ୍ପତ୍ତି ସହିତ ସମ୍ବନ୍ଧିତ ହେବା ଜରୁରୀ। ସମ୍ପତ୍ତି ଉପରେ ପୂର୍ବରୁ ଅଧିକାର ରହିବା ଉଚିତ ଏବଂ ସେଟଲମେଣ୍ଟ ଡିକ୍ରି ଦ୍ୱାରା କୌଣସି ନୂତନ ଅଧିକାର ସୃଷ୍ଟି କରାଯିବା ଉଚିତ୍ ନୁହେଁ।