୪୮ ଘଣ୍ଟା ପରେ ପୁଣି ରାଜ୍ୟରେ ବଢିବ ଶୀତର ପ୍ରକୋପ

ଆଜି ଟ୍ୱିନ୍ ସିଟି ସମେତ ସାରା ରାଜ୍ୟରେ ପାଗ କୋହଲା ରହିଛି । ସେହିପରି କିଛି କିଛି ସ୍ଥାନରେ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀ ବଙ୍ଗୋପସାଗରରେ ସକ୍ରିୟ ରହିଛି, ଯାହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ।ହେଲେ ଏହାର ପ୍ରଭାବ ଓଡ଼ିଶାରେ ସେତେ ପଡିବ ନାହିଁ ହେଲେ ରାଜ୍ୟରେ ପବନ ଗତି ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗରକୁ ଜଳୀୟବାଷ୍ପ ଆସିବ ଯାହା ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ପାଇଁ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ମଧ୍ୟ ରାଜ୍ୟରେ ମେଘୁଆ ପାଗ ରହିବ । ସେହିପରି ୪୮ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ କିଛି ଖାସ୍ ପରିବର୍ତ୍ତନ ହେବ ନାହିଁ ହେଲେ ୪୮ ଘଣ୍ଟା ପରେ ପୁଣି ଶୀତର ପ୍ରକୋପ ବଢିବ ।ରାତି ତାପମାତ୍ରା ୨ ରୁ ୩ ଡିଗ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Related Articles

Back to top button