ଓଡିଆ ଝିଅ ପ୍ରୀତିସ୍ମିତା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି
ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର କ୍ରିଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପିଲାଙ୍କୁ ପ୍ରଦାନ କରାଯାଇଥାଏ । ୧୭ ପିଲାଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ଝିଅ ପ୍ରୀତିସ୍ମିତା ଭୋଇ ।ପ୍ରୀତିସ୍ମିତା ଏହି ଅବସରରେ ଏକ ମେଡାଲ ସହ ସାର୍ଟିଫିକେଟ ପାଇଛନ୍ତି । ୧୫ ବର୍ଷୀୟା ଢେଙ୍କାନାଳର ଏହି ଝିଅ କ୍ଲିନ ଓ ଜର୍କ କାଟାଗୋରୀରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।ପ୍ରୀତିସ୍ମତା ଆଇଡବ୍ଲୁଏଫ ୱାର୍ଲ୍ଡ ୟୁଥ ୱେଟଲିପ୍ଟିଂ ଚାମ୍ପାୟାନସିପ ୨୦୨୪ରେ ୭୬ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଏହା ବ୍ୟତୀତ ଖେଲୋ ଇଣ୍ଡିଆ ଖେଲୋ ଓ ଆଇଡବ୍ଲୁଏଫ ନାସନାଲ ୱେଟଲିଫ୍ଟିଂ ଚାମ୍ପିୟନସିପରେ ରୌପ୍ୟ ପାଦକ ପାଇଥିଲେ ।ବୀର ବାଳ ଦିବସ ଉତ୍ସବ ପାଳନ ଅବସରରେ ମୋଟ ୧୭ ଜଣ ପିଲା ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତିା ସମ୍ମାନିତ ପିଲାଙ୍କ ଭିତରେ ୭ ଜଣ ବାଳକ ଓ ୧୦ ଜଣ ବାଳିକା ରହିଛନ୍ତି । ମୋଟ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଏମାନେ ଆସିଥିଲେ ।ଏହି ଅବେରସର ରାଷ୍ଟ୍ରପତି ପୁରସ୍କୃତ ବାଳକ ଓ ବାଳିକାଙ୍କୁ ଅଭିବାଦନ ଜଣାଇଛନ୍ତି । ସେମାନଙ୍କ ଲାଗି ଉଭୟ ଦେଶ ଓ ଗୌରବାନ୍ୱିତ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ।