ଜାନୁଆରୀ ପହିଲାରୁ ସବୁଠାରୁ ବଡ ପରିବର୍ତ୍ତନ ୟୁପିଆଇ ନିୟମରେ ହେବାକୁ ଯାଉଛି
ଜାନୁଆରୀ ପହିଲାରୁ ନିୟମରେ କିଛି ପରିବର୍ତ୍ତନ ହେବ। କିନ୍ତୁ ସବୁଠାରୁ ବଡ ପରିବର୍ତ୍ତନ ୟୁପିଆଇ ନିୟମରେ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଛି ଯେ ୟୁପିଆଇ ୧୨୩ପେ’ର ଟ୍ରାଞ୍ଜାକସନ ସୀମା ପରିବର୍ତ୍ତନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ୟୁପିଆଇ ୧୨୩ପେ’ ବ୍ୟବହାର କରି ୟୁଜର୍ସ ୫,୦୦୦ ଟଙ୍କା ବଦଳରେ ୧୦,୦୦୦ ଟଙ୍କାର କାରବାର କରିପାରିବେ।ୟୁପିଆଇ ୧୨୩ପେ’ ସେବା ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଛି। ଏହା ଏପରି ଏକ ସେବା ଯେଉଁଥିରେ ୟୁଜର୍ସଙ୍କୁ ପେମେଣ୍ଟ କରିବାର ବିକଳ୍ପ ଦିଆଯାଇଥାଏ, ସେଥିପାଇଁ ଏଭଳି କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି। କିନ୍ତୁ ଏବେ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ୟୁପିଆଇ ୧୨୩ପେରେ ୟୁଜର୍ସଙ୍କୁ ପେମେଣ୍ଟ କରିବା ପାଇଁ ସର୍ବାଧିକ ୪ଟି ବିକଳ୍ପ ଦିଆଯାଇଥାଏ। ଏଥିରେ ଆଇଭିଆର୍ ନମ୍ବର, ମିସ୍ଡ କଲ୍, ଓଇଏମ୍-ଏମ୍ବେଡେଡ୍ ଆପ୍ ଏବଂ ସାଉଣ୍ଡ ବେସ୍ଡ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି।
ୟୁପିଆଇର ନୂଆ ନିୟମ ପାଇଁ ଡେଡଲାଇନ ଜାରି କରାଯାଇଛି। ଏଥିରେ ୟୁଜର୍ସଙ୍କୁ ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ସମୟ ଦିଆଯିବ। ଅର୍ଥାତ୍ ଏହା ପରେ ୟୁଜର୍ସ ସହଜରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ। ତେବେ ଏହା ସହିତ ଓଟିପି ଭିତ୍ତିକ ସେବା ଯୋଡାଯାଇଛି। ଅର୍ଥାତ୍ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଓଟିପିର ଆବଶ୍ୟକତା ପଡିବ। ଯଦି ଆପଣ ପେମେଣ୍ଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଓଟିପି ବ୍ୟବହାର କରିବାକୁ ପଡ଼ିବ। କାରଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।ଶ୍ରୀଲଙ୍କା ସମେତ ଅନେକ ଦେଶରେ ୟୁପିଆଇ ସେବା ମଧ୍ୟ ଆରମ୍ଭ ହୋଇଛି। ଭାରତୀୟ ବ୍ୟବସ୍ଥା ଏହାର ପାଦ ବାହାରକୁ ବିସ୍ତାର କରିଛି। ସରକାରଙ୍କ ପକ୍ଷରୁ ନୂଆ ନୂଆ ନିଷ୍ପତ୍ତି ନିଆଯାଉଛି।