ବିଶ୍ୱର ଚତୁର୍ଥ ଦେଶ ଭାବେ ମହାକାଶ ଜ୍ଞାନକୌଶଳ ପ୍ରୟୋଗ କରିବାର କ୍ଷମତା ହାତେଇବାକୁ ଯାଉଛି ଭାରତ

ଇସ୍ରୋ ଭାରତର ‘ସ୍ପାଡେକ୍ସ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସୋମବାର ରାତି ୯ଟା ୫୮ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୦ ରକେଟରୁ ଦୁଇଟି କ୍ଷୁଦ୍ର ମହାକାଶଯାନକୁ ଏକାସାଙ୍ଗରେ ଉତକ୍ଷେପଣ କରାଯିବ। ଯଦି ଏହି ମିଶନ ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଆମେରିକା, ରୁଷିଆ ଏବଂ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମହାକାଶ ଜ୍ଞାନକୌଶଳ ପ୍ରୟୋଗ କରିବାର କ୍ଷମତା ରଖିବ।

ଯଦି ଏହି ମିଶନ ସଫଳ ହୁଏ ତେବେ ଏହା ଭାରତକୁ ପରବର୍ତ୍ତୀ ମିଶନ ଚନ୍ଦ୍ରଯାନ-୪, ନିଜର ମହାକାଶ ଷ୍ଟେସନ ଏବଂ ଚନ୍ଦ୍ରରେ ଭାରତୀୟ ଅବତରଣର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଏହି ମିଶନ ଭାରତକୁ ମହାକାଶ ଡକିଂରେ ପାରଦର୍ଶିତା ହାସଲ କରିବାରେ ସକ୍ଷମ ଦେଶ ତାଲିକାରେ ରଖିବ। ଚନ୍ଦ୍ରରୁ ନମୁନା ଫେରାଇ ଆଣିବା, ଭାରତୀୟ ମହାକାଶ କେନ୍ଦ୍ର (ବିଏଏସ୍) ନିର୍ମାଣ ଭଳି ଭାରତର ମହତ୍ୱାକାଂକ୍ଷୀ ଅଭିଯାନ ପାଇଁ ଏହି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି ଯେ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲ୍ଭି) ଦୁଇଟି କ୍ଷୁଦ୍ର ମହାକାଶଯାନ ‘ଚେଜର୍ ଆଣ୍ଡ୍ ଟାର୍ଗେଟ୍’କୁ ୪୭୬ କିଲୋମିଟର ଗୋଲାକାର କକ୍ଷପଥରେ ସ୍ଥାପନ କରିବ। ଜାନୁଆରି ପ୍ରଥମ ସପ୍ତାହରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) କରାଯିବ।ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇଟି ମହାକାଶଯାନ (ଚେଜର ଏବଂ ଟାର୍ଗେଟ)ର ଡକିଂ ଏବଂ ଅନଟୋକିଂ ପାଇଁ ଆବଶ୍ୟକ ଜ୍ଞାନକୌଶଳ ପ୍ରଦର୍ଶନ କରିବା। ମହାକାଶଯାନର ନିୟନ୍ତ୍ରଣ ଏବଂ ପେଲୋଡ୍ ଅପରେସନ ମଧ୍ୟ ପ୍ରଦର୍ଶିତ ହେବ। ଗୋଟିଏ ମହାକାଶଯାନକୁ ଅନ୍ୟ ମହାକାଶଯାନରେ ଯୋଡିବାକୁ ଡକିଂ କୁହାଯାଏ ଏବଂ ମହାକାଶରେ ଦୁଇଟି ମହାକାଶଯାନର ଅଲଗା ହେବାକୁ ଅନଟୋକିଂ କୁହାଯାଏ।

ଡକିଂ ଓ ଅନଷ୍ଟୋକିଂ ପରୀକ୍ଷଣ ପରେ ଏହି ଦୁଇ ମହାକାଶଯାନ ଦୁଇ ବର୍ଷ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା ଜାରି ରଖିବ। SDX 01 କିମ୍ବା ଚେଜରରେ ଏକ ଉଚ୍ଚ ରିଜୋଲ୍ୟୁସନ୍ କ୍ୟାମେରା ଥିବା ବେଳେ SDX 02 କିମ୍ବା ଟାର୍ଗେଟ୍ ରେ ଦୁଇଟି ପେଲୋଡ୍ ଅଛି। ଏହି ପେଲୋଡ୍ ହାଇ ରିଜୋଲ୍ୟୁସନ୍ ଫଟୋ, ପ୍ରାକୃତିକ ସମ୍ବଳ ମନିଟରିଂରେ ସାହାଯ୍ୟ କରିବ।ପିଏସଏଲଭି-ସି୬୦ ମିଶନ ଅଧୀନରେ ଭାରତ ପିଏସଏଲଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ୟୁଲ-୪ କୁ ବ୍ୟବହାର କରିବ। ଏଥିପାଇଁ ପିଏସଏଲଭି ଏହା ସହିତ ୨୪ଟି ପେଲୋଡ୍ ମଧ୍ୟ ବହନ କରିବ। ପିଏସ୍ ୪ ଷ୍ଟେଜ୍କୁ ପ୍ଲାଟଫର୍ମ ଭାବେ ବ୍ୟବହାର କରି ଇସ୍ରୋର ଏକ ପରୀକ୍ଷାମୂଳକ ଅଭିଯାନ ହେଉଛି ଟିଭି।

Related Articles

Back to top button