ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା

ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା । କ୍ୟାସଲେସ ଟ୍ରଟମେଣ୍ଟରେ ୧.୫ ଲକ୍ଷ ଯାଏ ସହୟତା ମିଳିବ । ଏହା ସହିତ ହିଟ୍ ଆଣ୍ଡ ରନ ମାମଲାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ମିଳିବ ସହାୟତା । ଏ ନେଇକେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ।ଏକ ବୈଠକରେ ଯୋଗ ଦେଇ କେନ୍ଦ୍ର ସଡକ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଆମର ପ୍ରଥମ ପ୍ରାଥମିକତା ସଡକ ସୁରକ୍ଷା । ୨୦୨୪ରେ ଦେଶରେ ସଡକ ଦୁର୍ଘଟଣାରେ ୧.୮୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କେବଳ ୩୦ ହଜାରରୁ ଅଧିକ ଲୋକ ହେଲମେଟ ନ ପିନ୍ଧିବାକୁ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ୧୮ରୁ ୩୪ ବର୍ଷ ମଧ୍ୟରେ ମୃତ୍ୟୁ ହୋଇଥିବା ୬୬%ରୁ ଅଧିକ ଲୋକ ରହିଛନ୍ତି । ଯାହା ଗୁରୁତର । ସ୍କୁଲ ଓ କଲେଜର ଏଣ୍ଟ୍ରି ପଏଣ୍ଟରେ ଅବବ୍ୟବସ୍ଥା ପାଇଁ କେବଳ ୧୦ ହଜାର ପିଲାଙ୍କର ମୃତ୍ୟୁ ହୋଇଛି । ଦେଶରେ ସଡକ ଦୁର୍ଘଟଣା କିପରି କମିବ ସେ ନେଇ ଆମେ ପିଲିସ ଆଣିଛୁ । ଏହି ଯୋଜନା ଅଧୀନରେ ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ପୋଲିସକୁ ସୂଚନା ମିଳିବା ପରେ କାର୍ଯ୍ୟକାରୀ ହେବ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିବାର ୭ ଦିନ ଯାଏ କ୍ୟାସଲେସ ଟ୍ରଟମେଣ୍ଟ ଯୋଗାଇ ଦିଆଯିବ ।

Related Articles

Back to top button