ସଫେଇ କର୍ମଚାରୀ ସହଦେବଙ୍କୁ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ

ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବ୍ରିଜ୍‌ ଉପରେ ବୁଧବାର ଭୋର ସମୟରେ ବିଚ୍‌ ରାସ୍ତା ଉପରେ ସଫେଇ କର୍ମଚାରୀ ସହଦେବଙ୍କୁ ନିର୍ମମ ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ୩ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁୁ ବ୍ୟକ୍ତିଗତ ରାଗ ଥିଲା । ସେହି ରାଗରୁ ହତ୍ୟାକାଣ୍ଡ ହୋଇଛି।ଏହାସହ ସହଦେବ ପୁଲିସ ମିତ୍ର ଭାବରେ କାମ କରୁଥିଲେ। ଧଳା ଜହର ଆଦି ମାମଲା ବିଷୟରେ ସୂଚନା ଦେଉ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ସୂଚନା ଯୋଗ୍ୟ, କେଦାରପଲ୍ଲୀ ବସ୍ତିର ବିଏମ୍‌ସି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି । ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି।

ଭୋର୍‌ ସମୟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ସହଦେବଙ୍କୁ ଗୋଡାଇ ଗୋଡାଇ ହାଣି ତାଙ୍କୁ ହତ୍ୟା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ୟ ସଫେଇକର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ ବୋଲି ଉତ୍ତ୍ୟକ୍ତ କର୍ମୀ ମାନେ ଚେତାବନୀ ଦେଇଛନ୍ତି।

Related Articles

Back to top button