ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭିତରେ ଧାନ ସଂଗ୍ରହକୁ ନେଇ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି, ଧାନ ସଂଗ୍ରହ ଠିକ୍ ଚାଲିଛି । କାଁ ଭାଁ କେଉଁଠି ସମସ୍ୟା ହେଉଛି । କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି । ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ ।କିନ୍ତୁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର । ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ । ଏହି ଖରାପ ଧାନ ମାକେର୍ଟରେ ଚାଲିବ ନାହିଁ । ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି । ଟଙ୍କା ଦିଆଯିବା ପରେ କ୍ଷତିଗ୍ରସ୍ତ ଚାଉଳକୁ ସରକାର କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ ।ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ । ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

Related Articles

Back to top button