୧୦ ଡିଗ୍ରୀ ତଳେ ୮ ସହରର ତାପମାତ୍ରା : ତଥାପି ୨ଦିନ ପରେ କମିଯିବ ଶୀତ
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି। ଏ-ଠାରେ ରାତି ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ୮ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି। ତଥାପି ୨ଦିନ ପରେ ଶୀତ କମିଯିବ। ରାତିର ତାମପାତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ କହିଛି।ପାଣିପାଗ ବିଭାଗ ଆକଳନ କରୁଛି,ଶନିବାର ଯାଏଁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ରବିବାର ଠାରୁ ୨ ରୁ ୪ଡିଗ୍ରୀ ବଢିବ। ଏହା ପ୍ରଭାବରେ ଶୀତ କମିବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ୧୧ ତାରିଖ ଯାଏଁ ଶୀତ ଜାରି ରହିବ। ୧୨ ତାରିଖରୁ ପଶ୍ଚିମା ବାୟୁର ପ୍ରଭାବ ରହିବ। ଏ-ଥିପାଇଁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ। ଏବଂ ଶୀତ କମିବ। ୧୬ ତାରିଖରୁ ପୁଣି ଥଣ୍ତାର ପ୍ରକୋପ ରହିବ। ଫେବୃଆରୀ ମାସ ଦ୍ବୀତିୟ ସପ୍ତାହ ଯାଏଁ ଥଣ୍ତା ଜାରି ରହିବ।
ତେବେ, ମଝିରେ ପାରଦ କେବେ ଉପରମୁହାଁ ତ ଆଉ କେବେ ତଳ ମୁହାଁ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଶୁକ୍ରବାର ଅର୍ଥାତ୍ ଆଜି ଫୁଲବାଣୀ, ଝାରସୁଗୁଡା ଓ ରାଉରକେଲାରେ ୭ ଡିଗ୍ରୀ , କେନ୍ଦୁଝର ଓ ସୁନ୍ଦରଗଡରେ ୯ ଡିଗ୍ରୀ, କୋରାପୁଟ୍ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ସୁନ୍ଦରଗଡ, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।