ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେଥିରେ ଦୁଇ ଜଣ ମହିଳା ମାଓବାଦୀ ମଧ୍ୟ ରହିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୌହାନ । ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଆତ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ଵ ମାଓ ହିଂସାରେ ଏମାନଙ୍କର ସମ୍ପୃକ୍ତି ରହିଥିଲା । ‘ନିଆଦ ନେଲା ନାର’ ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ଏମାନେ ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ପୋଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି । ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Related Articles

Back to top button