କଣାସରେ ୪୦ରୁ ଅଧିକ ଗ୍ରାମବାସୀ ଡାଇରିଆରେ ଆକ୍ରାନ୍ତ

କଣାସରେ ଅଣାୟତ ହେଉଛି ଡାଇରିଆ ସ୍ଥିତି। ଝାଡାବାନ୍ତିରେ ଆକ୍ରାନ୍ତ ହେଲାଣି ୪୦ରୁ ଅଧିକ ଗ୍ରାମବାସୀ। ତେବେ ସ୍ଥାନୀୟ ଲୋକେ ଦୂଷିତ ପାଣି ସେବାନ କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି। ତେବେ ଗଡ଼ିଶାଗୋଦା ଓ କଣାସ ମେଡିକାଲରେ ରୋଗୀଙ୍କ ର ଚିକିତ୍ସା ଚାଲିଛି।ସୂଚନା ଅନୁସାରେ , ପ୍ରାୟ ୨ଦିନ ହେଲାଣି ଗଡ଼ିଶାଗୋଦା ଓ କଣାସ ମେଡିକାଲରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଲୋକେ ଚିକିତ୍ସା ହେଉଛନ୍ତି। ତେବେ ଡାଇରିଆରେ ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ଗାଁ ଲୋକ ମାନେ ଭୟଭିତ ଅଛନ୍ତି। ତେବେ ଡାଇରିଆର ଅନୁଧ୍ୟାନ ପାଇଁ ପୁରୀ ଓ ଭୁବନେଶ୍ୱରରୁ ଆସିପାରନ୍ତି ଡାକ୍ତର ଓ ବେଶେଷଜ୍ଞ ଦଳ। ସ୍ଥିତିକୁ ଆଖି ଆଗରେ ରଖୀ କଣାସ ମେଡିକାଲରେ ୨୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ।

Related Articles

Back to top button