ମେଟା ସିଇଓ ମାର୍କ ଜୁକରବର୍ଗ ନିଜର ଭୁଲ ତଥ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି

ଭାରତର ନିର୍ବାଚନକୁ ନେଇ ମିଥ୍ୟା ତଥ୍ୟ ଦେଇଥିବା ମେଟା (ପୂର୍ବର ଫେସବୁକ) ଶେଷରେ ନିଜର ଭୁଲ ସ୍ୱୀକାର କରିଛି । ମେଟା ସିଇଓ ମାର୍କ ଜୁକରବର୍ଗ ନିଜର ଭୁଲ ତଥ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟାର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିଶିକାନ୍ତ ଦୁବେ । ମେଟାର ଭାରତୀୟ ଅଧିକାରୀ କ୍ଷମା ମାଗିଥିବା ନେଇ ସୋସିଆଲ୍ ମିଡିଆ ଏକ୍ସରେ ନିଶିକାନ୍ତ ଦୁବେ ସୂଚନା ଦେଇଛନ୍ତି । ନିଶିକାନ୍ତ କହିଛନ୍ତି, ଭାରତୀୟ ସଂସଦ ଏବଂ ସରକାର ୧୪୦ କୋଟି ଜନତାଙ୍କ ଆର୍ଶୀବାଦ ଏବଂ ବିଶ୍ୱାସ ଜିତିଛି । ମେଟାର ଭାରତୀୟ ଅଧିକାରୀ ଶେଷରେ ନିଜର ଭୁଲ ସ୍ୱୀକାର କରିଛନ୍ତି । ଏହି ବିଜୟ ଭାରତର ସାଧାରଣ ଜନତାଙ୍କର, ଭାରତର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରି ଦୁନିଆକୁ ଦେଶର ସବୁଠାରୁ ମଜବୁତ ନେତୃତ୍ୱକୁ ପରିଚିତ କରାଇଛନ୍ତି ।

Related Articles

Back to top button