ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଆକ୍ରମଣ କରିବା ସହିତ ୫ହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ ସେନା

କିଛି ଦିନର ବ୍ୟବଧାନରେ ରୁଷିଆ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ବୁଧବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ବାରା ହୋଇଥିବା ଆକ୍ରମଣରେ ୟୁକ୍ରେନର ବହୁ ସହର ଥରହର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ରୁଷ ସେନା ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଆକ୍ରମଣ କରିବା ସହିତ ୫ହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ସେହିପରି ବିଭିନ୍ନ ସ୍ଥାନ ଉପରେ ରାତି ଅଧରେ ୭୦ରୁ ଅଧିକ ଡ୍ରୋନ ଦ୍ବାରା ମଧ୍ୟ ଆକ୍ରମଣ କରିଛି ରୁଷ ସେନା। କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ଆକ୍ରମଣ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ଏହା ରୁଷିଆର ସବୁଠାରୁ ବଡ଼ ଆକ୍ରମଣ।

ମିଳିଥିବା ଖବର ଅନୁସାରେ ମଙ୍ଗଳବାର ରାତିରେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରିଥିଲା। ପରେ ପରେ ରୁଷିଆ ପ୍ରତିଶୋଧ ପରାୟଣ ହୋଇ ୟୁକ୍ରେନର ବିଭିନ୍ନ ସହର ଉପରେ ଏକାସାଙ୍ଗରେ ଆକ୍ରମଣ କରିଥିଲା। ମୁଖ୍ୟତଃ ୟୁକ୍ରେନର ଗ୍ୟାସ୍ ଏବଂ ଶକ୍ତି କେନ୍ଦ୍ରଭିତ୍ତିକ ଭିତ୍ତିଭୂମିକୁ ନିଶାଣ କରି ରୁଷ ଆକ୍ରମଣ କରିଛି। ଏଥିରେ ରାଜଧାନୀ ସହର କିଭ୍ରେ ଏକ ଡଜନରୁ ଅଧିକ କୋଠା ଧ୍ୱଂସ ହୋଇଯାଇଛି। ଆକ୍ରମଣ ପରେ ଅନେକ କୋଠାରେ ନିଆଁ ଲାଗିଯାଇଥିଲା ବେଳେ ଅନେକ ମୃତାହତ ହୋଇଥିବା କୁହାଯାଉଛି। କିନ୍ତୁ ୟୁକ୍ରେନ୍ ମୃତକଙ୍କ ସଂଖ୍ୟା ପ୍ରକାଶ କରିନାହିଁ। କିନ୍ତୁ ରୁଷିଆର ଏହି ଆକ୍ରମଣକୁ ନେଇ ୟୁକ୍ରେନକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଗୋଟିଏ ପଟେ ପଶ୍ଜିମ ୟୁକ୍ରେନ ପ୍ରବଳ ଥଣ୍ଡାରେ ଥରହର ହେଉଥିଲା ବେଳେ ରୁଷର ଏହି ଆକ୍ରମଣ ସାଧାରଣ ଜନଜୀବନକୁ ଦୁର୍ବିସହ କରିଦେଇଛି।

Related Articles

Back to top button